ଅମିତ ଶାହଙ୍କ ସାପ-ନେଉଳ ଉପାଖ୍ୟାନ : କହିଲେ, ନୋଟ ବନ୍ଦ ପ୍ରତିବାଦ ଆଳରେ କଳାଟଙ୍କାକୁ ସୁରକ୍ଷା ଦେବାକୁ ବିରୋଧୀ ଏକଜୁଟ

ଅମିତ ଶାହଙ୍କ ସାପ-ନେଉଳ ଉପାଖ୍ୟାନ : କହିଲେ, ନୋଟ ବନ୍ଦ ପ୍ରତିବାଦ ଆଳରେ କଳାଟଙ୍କାକୁ ସୁରକ୍ଷା ଦେବାକୁ ବିରୋଧୀ ଏକଜୁଟ

କନକ ବ୍ୟୁରୋ : ନୋଟ୍ ବନ୍ଦ ଏବଂ କଳାଧନ ପ୍ରସଙ୍ଗରେ ବିରୋଧୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ବିରୋଧୀଙ୍କୁ ଆପେକ୍ଷ କରି ଅମିତ ଶାହା କହିଛନ୍ତି କଳାଧନ ଏବେ ସାପ-ନେଉଳ, ମୁଷା-ବିଲେଇକୁ ବି ଏକାଠି କରିଛି । ପରସ୍ପରର ଶତ୍ରୁ ଥିବା ରାଜନୈତିକ ଦଳ ନୋଟ୍ ବନ୍ଦ ବିରୋଧରେ ଏକାଠି ହୋଇ ସ୍ୱର ଉଠାଉଛନ୍ତି ।

ଯେଉଁମାନେ ଗତ ୭ ତାରିଖ ଯାଏଁ କଳାଟଙ୍କା ନେଇ ମୋଦି କଣ କରିଛନ୍ତି ବୋଲି ପ୍ରଶ୍ନ କରୁଥିଲେ । ଏବେ ୮ ତାରିଖ ପରେ କଳାଟଙ୍କା ନେଇ ମୋଦି ଏ’କଣ କଲେ ବୋଲି ପ୍ରଶ୍ନ କରୁଛନ୍ତି । ସାପ- ନେଉଳ ଉପାଖ୍ୟାନର ଉଦାହରଣ ରଖି ଅମିତ ଶାହା- ବିରୋଧୀ କଂଗ୍ରେସ, ତୃଣମୂଳ କଂଗ୍ରେସ, ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି ଏବଂ ଆମ୍ ଆଦ୍ମୀ ପାର୍ଟିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ।

ଏହାସହ ଦେଖନ୍ତୁ ଏହି ଭିଡିଓ – 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe