ଏପ୍ରିଲ ୨୯ରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ସବୁ ଦଳ ଏବେ ପ୍ରଚାର ପ୍ରସାରରେ ଲାଗି ପଡ଼ିଛି । ଏ ମଧ୍ୟରେ ଝାଡଖଣ୍ଡର ପଲାମୁରେ ନିଜର ଦଳ ପାଇଁ ପ୍ରଚାର କରିଥିଲେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ସେଠାରେ ପହଞ୍ଚି ସେ ଜମ୍ମୁ-କଶ୍ମୀରରେ ଲାଗୁ ହୋଇଥିବା ଧାରା ୩୭୦କୁ ନେଇ ବଡ ବୟାନ ଦେଇଛନ୍ତି ଅମିତ୍ ।
ଯଦି ପୁଣି ଥରେ ବିଜେପି ସରକାର ଗଠନ କରେ ତେବେ ଜମ୍ମୁ-କଶ୍ମୀରରେ ଲାଗୁ ହୋଇଥିବା ଧାରା ୩୭୦ ହଟାଇ ଦିଆଯିବ । ଏହାକୁ ସଫଳ କରିବା ପାଇଁ ଆପଣମାନଙ୍କୁ ନରେନ୍ଦ୍ର ମୋଦୀଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ କରିବାକୁ ହେବ । କଂଗ୍ରେସ ସରକାର ଥିବା ସମୟରେ ଭାରତ ଉପରେ ସବୁ ବେଳେ ଆତଙ୍କବାଦୀମାନେ ଆକ୍ରମଣର ଯୋଜନା କରୁଥିଲେ । ଯବାନମାନଙ୍କର ମୁଣ୍ଡକାଟ ମଧ୍ୟ କରି ଦିଆ ଯାଉଥିଲା । କିନ୍ତୁ ଆମେ ଦେଶର ସୁରକ୍ଷା ପାଇଁ କିଛି ବି କରିବୁ । ପାକିସ୍ତାନ କଶ୍ମୀରକୁ ଭାରତଠାରୁ ଅଲଗା କରିବାକୁ ଚାହୁଁଛି । ଆମେ ଏହା ହେବାକୁ ଦେବୁ ନାହିଁ । ପାକିସ୍ତାନରୁ ଗୁଳି ଆସିଲେ ଭାରତରୁ ଗୋଳା ଯିବ ବୋଲି କହିଥିଲେ ଅମିତ ଶାହା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/Amit-Shah-Gandhi_d.jpg)