କନକ ବ୍ୟୁରୋ: ଗୁଜୁରାଟ ଅହମ୍ମଦବାଦରେ ରଥଯାତ୍ରା ଅୟୋଜିତ ହୋଇଛି । ଭୋର ୪ଟାରୁ ବିଜେପିର ଗୃହମନ୍ତ୍ରୀ ଅମିତ ଶାହା ଜଗନ୍ନାଥ ମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ।
Gujarat CM Vijay Rupani and Deputy CM Nitinbhai Patel offered prayers at the Jagannath Temple in Ahmedabad on the occasion of Jagannath Rath Yatra. #RathYatra2019pic.twitter.com/y2ZduCHhuK
— ANI (@ANI) July 4, 2019
ଦର୍ଶନ ବେଳେ ଅମିତ ଶାହା ଓ ତାଙ୍କ ପତ୍ନୀ ଉଭୟ ମିଶି ମଙ୍ଗଳ ଆଳତୀ କରିଥିଲେ । ସକାଳୁ ଲୋକାରଣ୍ୟ ମଧ୍ୟରେ ଗୁଜୁରାତ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ଦ୍ୱାରା ଛେରା ପହଁରା କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ପରେ ହଜାର ହଜାର ଶ୍ରଦ୍ଧାଳୁ ମାନେ ଅତି ଆନନ୍ଦରେ ତିନ ରଥ ଟାଣିଥିଲେ ।
#WATCH: Home Minister Amit Shah and his wife Sonal Shah offer prayers at Lord Jagannath Temple in Ahmedabad, Gujarat. pic.twitter.com/QnowQcdqG5
— ANI (@ANI) July 3, 2019
ତେବେ ଆଜିର ଏହି ପବିତ୍ର ପାର୍ବଣ ଅବସରରେ ଶାହା କେତେକ ଫଟୋ ମଧ୍ୟ ଟୁଇଟ୍ କରିଛନ୍ତି। ଓଡ଼ିଶାର ପୁରୀ ରଥଯାତ୍ରା ପରେ ଦେଶରେ ଗୁଜରାଟ ରଥଯାତ୍ରା ହେଉଛି ଦ୍ୱିତୀୟ ବୃହତ୍ ରଥଯାତ୍ରା। ପୃଷ୍ଠଭୂମିରେ ପୁରୀ ମନ୍ଦିର ଓ ରଥଯାତ୍ରାର ଚିତ୍ର ଓ ନିଜର ଯୋଡ଼ହସ୍ତ ଫଟୋ ସହ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ହିନ୍ଦୀ ଏବଂ ଓଡ଼ିଆ ଭାଷାରେ ମଧ୍ୟ ଶୁଭେଚ୍ଚା ବାର୍ତ୍ତା ଟୁଇଟ୍ କରିଛନ୍ତି।
श्री जगन्नाथ रथ यात्रा के पावन अवसर पर अहमदाबाद के जगन्नाथ मंदिर में मंगला आरती की और महाप्रभु का आशीर्वाद लिया।
जय जगन्नाथ 🙏 pic.twitter.com/eXS3m1Ze3i— Amit Shah (@AmitShah) July 4, 2019
ସେ ଲେଖିଛନ୍ତି: ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆଶୀର୍ବାଦ ଆମ୍ଭ ସମସ୍ତଙ୍କ ଉପରେ ସଦାସର୍ବଦା ରହିଥାଉ।
ଜୟ ଜଗନ୍ନାଥ।