ସେନା ଶିବିରରେ ରାତ୍ରିଯାପନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଯବାନଙ୍କ ସହ କଲେ ରାତ୍ରିଭୋଜନ ।

122

କନକ ବ୍ୟୁରୋ : ତିନି ଦିନିଆ ଜାମ୍ମୁକାଶ୍ମୀର ଗସ୍ତ ଶେଷ କରି ଦିଲ୍ଲୀ ଫେରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଆଉ ଶେଷ ରାତି ଯବାନଙ୍କ ଶିବିରରେ କାଟିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । କେବଳ ସେତିକି ନୁହେଁ ଗୋଟିଏ ଟେବୁଲରେ ବସି ଯବାନଙ୍କ ସହ ରାତ୍ରିଭୋଜନ ବି କରିଛନ୍ତି । ଆମ ଦେଶକୁ ସୁରକ୍ଷା ଯୋଗାଉଥିବା ଯବାନଙ୍କ ମନୋବଳ ବଢାଇବା ପାଇଁ କିଛି ଏପରି ପ୍ରୟାସ କରିଛନ୍ତି ଅମିତ ଶାହା ।

ସେନା ଶିବିରରେ ଅମିତ ଶାହା । ଯବାନଙ୍କ ସହ କଲେ ରାତ୍ରିଭୋଜନ । ଦେଶବାସୀଙ୍କୁ ସୁରକ୍ଷା ଯୋଗାଉଥିବା ଦେଶର ଯବାନଙ୍କ ମନୋବଳ ବୃଦ୍ଧି କରିବା ପାଇଁ କିଛି ଏପରି କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ପୁଲୱାମା ଲେଥପୁରାରେ ଥିବା ସେନା କ୍ୟାମ୍ପରେ ଯବାନଙ୍କ ସହ ରାତ୍ରିଭୋଜନ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଗୋଟିଏ ଟେବୁଲରେ ବସି ସେନା କ୍ୟାଣ୍ଟିନରେ ପରସା ଯାଉଥିବା ଖାଦ୍ୟ ଖାଇଛନ୍ତି ଗୃହମନ୍ତ୍ରୀ । ସେନା ବାହିନୀ ସହ ଦୀର୍ଘ ସମୟ ଧରି ଆଲୋଚନା କରି ସେମାନଙ୍କ ସମସ୍ତ ସୁବିଧା ଅସୁବିଧା ପଚାରି ବୁଝିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ତିନି ଦିନିଆ ଜାମ୍ମୁକାଶ୍ମୀର ଗସ୍ତର ଶେଷ ରାତି ସେନା ଶିବିରରେ କାଟିଛନ୍ତି ।

ସେନା ଶିବିରରେ ରାତ୍ରିଯାପନ କରି ଆତଙ୍କବାଦୀଙ୍କୁ କଡା ଚେତାବନୀ ଦେଇଛନ୍ତି ଗୃହମନ୍ତ୍ରୀ । କେବଳ ଜାମ୍ମୁକାଶ୍ମୀର ନୁହେଁ ଭାରତର କୌଣସି ବି ସ୍ଥାନରେ ଆତଙ୍କରାଜ ଖେଳାଇବାକୁ ଚେଷ୍ଟା କରୁଥିବା ଲୋକଙ୍କୁ ଆମ ଯବାନ ଉଚିତ ଜବାବ ଦେବେ ବୋଲି ସେ କହିଛନ୍ତି । ପୁଲୱାମା ସେନା କ୍ୟାମ୍ପରେ ରାତି କାଟିବା ପରେ ମଙ୍ଗଳବାର ସକାଳୁ ସହିଦ ସ୍ମାରକୀ ଯାଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଅପର୍ଣ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଦେଶର ସୁରକ୍ଷା ପାଇଁ ବଳିଦାନ ଦେଇଥିବା ସହିଦ ଯବାନଙ୍କୁ ଯବାନ ମାନଙ୍କ ସର୍ବୋଚ୍ଚ ତ୍ୟାଗ ଆତଙ୍କବାଦକୁ ନେଇ ସଂକଳ୍ପକୁ ଆହୁରି ସୁଦୃଢ କରିଛି ବୋଲି କହିଛନ୍ତି ଅମିତ ଶାହା ।

ଜାମ୍ମୁକାଶ୍ମୀରରେ ୨୦୦୪-୨୦୧୪ ମଧ୍ୟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୦୫ ସାଧାରଣ ନାଗରିକ ଓ ୧୦୫ ଯବାନ ପ୍ରାଣ ହରାଇଥିଲେ । ୨୦୧୪-୨୦୨୧ ମଧ୍ୟରେ ୬୦ ଯବାନ ଓ ୩୦ ସାଧାରଣ ନାଗରିକ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ଏହା କେବଳ ଆତଙ୍କୀଙ୍କ ପ୍ରତି ଜିରୋ ଟଲରାନ୍ସ ପଲିସି ପାଇଁ ସମ୍ଭବ ହୋଇପାରିଛି ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ।