ଗାନ୍ଧିନଗରର ଗାଦି ସମ୍ଭାଳିବ ଗେରୁଆ ଦଳ । ୫ ଲକ୍ଷରୁ ଅଧିକ ଭୋଟ୍ ସହ ବିଶାଳ ବିଜୟ ଅଭିମୁଖେ ଅମିତ ଶାହା । 

100

କନକ ବ୍ୟୁରୋ : ବିଜେପି ଭୀଷ୍ମ ପିତାମହ ଲାଲକୃଷ୍ଣ ଆଡଭାନୀଙ୍କ ରେକର୍ଡ ଭାଙ୍ଗିଲେ ବିଜେପି ଚାଣକ୍ୟ ଅମିତ୍ ଶାହା । ପ୍ରଥମ ଥର ପାଇଁ ଗାନ୍ଧିନଗରରୁ ନିର୍ବାଚନ ଲଢି ଗାଦି ସମ୍ଭାଳିବାକୁ ଯାଉଛନ୍ତି ବିଜେପି ସଭାପତି । ବର୍ତ୍ତମାନର ଟ୍ରେଣ୍ଡ ମୁତାବକ, ଗାନ୍ଧିନଗରକୁ ଗେରୁଆ ରଙ୍ଗରେ ରଙ୍ଗୀନ କରି ୫ ଲକ୍ଷରୁ ଅଧିକ ଭୋଟରେ ବିରୋଧୀଙ୍କୁ ଚିତ୍ କରି ଆଗଉଛନ୍ତି ଅମିତ୍ ।

ବିଜେପି ଟିକେଟ୍ ଘୋଷଣା ପରେ ଯେଉଁ ଆସନକୁ ନେଇ ଚର୍ଚ୍ଚା ହେଉଥିଲା, ସେହି ଆସନ ଥିଲା ଗୁଜୁରାଟର ଗାନ୍ଧିନଗର ଆସନ । କାରଣ ଏଠାରେ ବିଜେପିର ଭୀଷ୍ମ ପିତାମହ ଲାଲକୃଷ୍ଣ ଆଡଭାନୀଙ୍କ ଟିକେଟ୍ କାଟି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ମଇଦାନକୁ ଓହ୍ଲାଇଥିଲା ବିଜେପି । ତେବେ ବିଜେପିର ଏଭଳି ନିଷ୍ପତ୍ତିକୁ ଅନେକ ରାଜନୈତିକ ସମୀକ୍ଷକ ନାପସନ୍ଦ କରିଥିଲେ । କିନ୍ତୁ ଶେଷରେ ସବୁ ଚର୍ଚ୍ଚା ଓ ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପକାଇ ଗାନ୍ଧିନଗରକୁ ଗେରୁଆ ରଙ୍ଗରେ ରଙ୍ଗୀନ କରିବାକୁ ଯାଉଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ।