ଜନଜାଗରଣ ସଭାରେ ବିରୋଧୀଙ୍କୁ ଜୋରଦାର ନିଶାନା କଲେ ଶାହା । କହିଲେ ଦେଶବାସୀଙ୍କୁ ଭ୍ରମିତ କରି ଦଙ୍ଗା ପାଇଁ ଉସୁକାଉଛନ୍ତି ରାହୁଲ, କେଜ୍ରିୱାଲ

191

କନକ ବ୍ୟୁରୋ: ଜନଜାଗରଣ ସଭାରେ ଜୋରଦାର ନିଶାନା । ନାଗରିକତା ଆଇନ ନେଇ ବିରୋଧୀଙ୍କୁ ଟାର୍ଗେଟ କଲେ ଅମିତ ଶାହା । ଦିଲ୍ଲୀ ଇନ୍ଧିରାଗାନ୍ଧୀ ଷ୍ଟାଡିୟମରୁ ବିରୋଧୀ କ୍ୟାମ୍ପକୁ ସିଏଏ ଶର ମାରିଛନ୍ତ ଶାହା । ନାଗରିକତା ସଂଶୋଧନ ଆଇନକୁ ନେଇ ଆଜିଠୁ ବିଜେପି ଜନଜାଗରଣ ଅଭିଯାନ ଆରମ୍ଭ କରିଥିବା ବେଳେ ଦିଲ୍ଲୀରୁ ଏହି ଅଭିଯାନ ଆରମ୍ଭ କରି କଂଗ୍ରେସ ଉପରେ ଧୁମ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ।

ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ସିଧାସଳଖ ଟାର୍ଗେଟ କରି ଶାହା କହିଛନ୍ତି କି ସେମାନେ ଦେଶବାସୀଙ୍କୁ ଭ୍ରମିତ କରୁଛନ୍ତି । ଦେଶରେ ଦଙ୍ଗା ସୃଷ୍ଟି କରିବାକୁ ଚାହୁଁଛନ୍ତି । ନାଗରିକତା ଆଇନ ଦ୍ୱାରା କୌଣସି ଭାରତୀୟଙ୍କ ଅସୁବିଧା ହେବ ନାହିଁ । ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନରୁ ଆସିଥିବା ଶରଣାର୍ଥୀଙ୍କୁ ମୋଦି ନାଗରିକତା ଦେବାକୁ ଚାହୁଁଛନ୍ତି ହେଲେ ଦଳିତ ବିରୋଧୀ ରାହୁଲ ଏବଂ କେଜ୍ରିୱାଲ ଏବାକୁ ବିରୋଧ କରୁଛନ୍ତି ।

ତେବେ ଆଗକୁ ଦିଲ୍ଲୀରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପି ସରକାର ଗଢିବ ବୋଲି ଶାହା ଛାତି ବାଡେଇ କହିଛନ୍ତି । ବୁଥସ୍ତରୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧନ କରିବା ବେଳେ ଆପ୍ ସରକାରକୁ ମଧ୍ୟ ଟାର୍ଗେଟ କରିଛନ୍ତି । ଶାହା କହିଛନ୍ତି କି ଦିଲ୍ଲୀବାସୀ ଏଥର ଦଙ୍ଗାକାରୀଙ୍କୁ ନିଶ୍ଚିତ ଜବାବ ଦେବେ ଆଉ ଦିଲ୍ଲୀରେ ବିଜେପିର ସରକାର କରିବେ ।

ଜନଜାଗରଣ ଅଭିଯାନ ମାଧ୍ୟମରେ ନାଗରିକତା ସଂଶୋଧନ ଆଇନକୁ ନେଇ ଘର ଘର ବୁଲି ଲୋକଙ୍କୁ ସଚେତନ କରିବେ ବିଜେପି ମନ୍ତ୍ରୀ ଓ ନେତା । ତିନି କୋଟି ପରିବାର ପାଖରେ ପହଁଚି ଲୋକଙ୍କୁ ସଚେତନ କରିବାକୁ ଯୋଜନା କରିଛି ଦଳ । ଆଜି ଦେଶର ୪୨ଟି ସ୍ଥାନରେ ବରିଷ୍ଠ ନେତା ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି । । ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଏହି ଜନଜାଗରଣ ଅଭିଯାନ ଚାଲିବ ।