କନକ ବ୍ୟୁରୋ: ଆଜି ଓଡିଶାରେ ପ୍ରଚାର ପାଇଁ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସୋନପୁରରେ ପ୍ରଥମ ନିର୍ବାଚନ ପ୍ରଚାର କରି ଓଡିଶାବାସୀଙ୍କୁ ଭୋଟ୍ ମାଗିବେ । ଏଥିପାଇଁ ସୋନପୁରର ରାମେଶ୍ୱରମ ଷ୍ଟାଡିୟମରେ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏଥିପାଇଁ ସୋନପୁର ଓ ବିଜେପି ଶିବିର ଚଳଚଞ୍ଚଳ ହୋଇଛି । ଅମିତ ଶାହା ଅପରାହ୍ଣ ୩ଟାରେ ଝାରସୁଗୁଡା ପହଞ୍ଚି ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସୋନପୁର ଯିବେ । ରାମେଶ୍ୱର ପଡିଆରେ ଆୟୋଜିତ ସଭାରେ ଯୋଗ ଦେଇ ସଭାରେ ସାମିଲ ଲୋକଙ୍କୁ ସମ୍ବୋଧିତ କରି ଭୋଟ ମାଗିବେ । ପ୍ରଚାର ସଭାରେ ୫୦ ହଜାରରୁ ଅଧିକ ଲୋକ ସାମିଲ ହେବେ ବୋଲି ରାଜ୍ୟ ବିଜେପି ପକ୍ଷରୁ ସୂଚନା ମିଳିଛି ।
କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗସ୍ତକୁ ଆଖିରେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସୋନପୁର ସହର ସାରା ଦଳୀୟ ପୋଷ୍ଟର ବ୍ୟାନର ଲାଗି ପଦ୍ମମୟ ହୋଇପଡିଛି । ୨୦୧୯ରେ ନିର୍ବାଚନ ପ୍ରଚାର ବେଳେ ନବୀନ ପଟ୍ଟନାୟକଙ୍କୁ କଡା ଭାଷାରେ ସମାଲୋଚନା କରିଥିଲେ ଅମିତ ଶାହ । ତେଣୁ ଆଜିର ସଭାରେ ବିଜେପିର ଚାଣକ୍ୟ କଣ କହିବେ ତା ଉପରେ ସମସ୍ତଙ୍କ ନଜର ରହିଛି । ସୋନପୁରରେ ଜନସଭା ଶେଷ ହେବା ପରେ ଭୁବନେଶ୍ୱର ଆସିବେ ଶାହା । ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ସନ୍ଧ୍ୟା ୭ଟାରୁ ପର୍ଯ୍ୟାୟକ୍ରମେ ରାଜ୍ୟ ବିଜେପି ନେତୃତ୍ୱଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିବେ । ବୈଠକରେ ଓଡିଶା ଦଖଲ ପାଇଁ ରଣନୀତି ପ୍ରସ୍ତୁତ ହେବ ବୋଲି କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/04/1-39.jpg)