ଅମିତ ଶାହ ଜଣେ ଗୁଣ୍ଡା ! ଲକ୍ଷ୍ମୀଦତ୍ତ ହତ୍ୟା ମାମଲାରେ ପୁଣି ବିଜେପିକୁ ଟାର୍ଗେଟ କଲା ବିଜେଡି

24

କନକ ବ୍ୟୁରୋ : ଆଟାକିଂଗ ମୁଡରେ ବିଜେଡି । ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ୍ତ ହତ୍ୟାକାଣ୍ଡରେ ବିଜେପି ନେତା ଗୋଲକ ମହାପାତ୍ରଙ୍କ ସଂପୃକ୍ତିକୁ ନେଇ ବିଜେପି – ବିଜେଡି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗିରହିଛି । ଆଜି ଏହି ପ୍ରସଙ୍ଗରେ ବିଜେଡି ମୁଖପାତ୍ର ଦେବାଶିଷ ସାମନ୍ତରାୟ, ଗୋଲକ ମହାପାତ୍ରଙ୍କୁ ଟାର୍ଗେଟ କରିବା ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଉପରେ ବର୍ଷିଛନ୍ତି । ଅମିତ ଜଣେ ଗୁଣ୍ଡାଶ୍ରେଣୀର ଲୋକ ତାଙ୍କ ଠାରୁ ଅଧିକ କଣ ଆଶା କରାଯାଇପାରିବ ବୋଲି କହି କଡା ସମାଲୋଚନା କରିଛନ୍ତି ।

ସେହିପରି ଗୋଲକଙ୍କର ହତ୍ୟାକାଣ୍ଡ ସହ ଲିଙ୍କ ଥିବା ସେ ନିଜେ ଗଣମାଧ୍ୟମ ଆଗରେ ସ୍ୱୀକାର କରିଛନ୍ତି । କାଉନସିଲର ହତ୍ୟା ଘଟଣାରେ ବିଜେପି , ବିଜେଡି ଉପରେ ଦୋଷ ଲଦିବାକୁ ଉଦ୍ୟମ କରିଥିଲା । ବିଜେପିର ଏହି ଉଦ୍ୟମ ଫସର ଫାଟିଲା ବୋଲି କହି ଦେବାଶିଷ ବିଜେପିକୁ ସମାଲୋଚନା କରିଛନ୍ତି । ସେହିଭଳି ଦଳ ଠାରୁ ଅଧିକ କଣ ଆଶା କରାଯାଇପାରେ ବୋଲି ଦେବାଶିଷ କହିଛନ୍ତି । ତଦନ୍ତ ବେଳେ କେବଳ ଗୋଲକ ନୁହନ୍ତି ଅନ୍ୟ ନେତାଙ୍କ ସଂପୃକ୍ତି ନେଇ ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଦେବାଶିଷ ।