ଆଜି ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ! କେନ୍ଦୁଝର ବିଜେପି ବିଜୟ ସଂକଳ୍ପ ଅଭିଯାନରେ ଦେବେ ଯୋଗ ।

Advertisment
ଆଜି ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ! କେନ୍ଦୁଝର ବିଜେପି ବିଜୟ ସଂକଳ୍ପ ଅଭିଯାନରେ ଦେବେ ଯୋଗ ।

DNA India

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୬ ତାରିଖରେ ଓଡ଼ିଶା ଆସିବେ। ସେହିଦିନ ସେ ବିଜେପିର ଦୁଇଟି ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବେ। ସକାଳ ୧୧ ଟାରେ ସମ୍ବଲପୁର ଜିଲ୍ଲା ହୀରାକୁଦ ରୋଡ୍ ଲୋରପଙ୍କ ଠାରେ ଏବଂ ଅପରାହ୍ନ ୫ଟାରେ ଭୁବନେଶ୍ବରର ବରମୁଣ୍ଡା ପଡ଼ିଆରେ ହେବାକୁ ଥିବା ସଭାରେ ମୋଦୀ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବେ। ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଲା ପରେ ଏହା ମୋଦୀଙ୍କ ଚତୁର୍ଥ ଓଡ଼ିଶା ଗସ୍ତ ହେବ। ୨୯ ତାରିଖରେ ଜୟପୁର, ୨ ତାରିଖରେ ଭବାନୀପାଟଣା, ୬ ତାରିଖରେ ସୋନପୁର ଓ ସୁନ୍ଦରଗଡ଼ ଆସି ମୋଦୀ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି।

publive-image BBC.com

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ନିୟମିତ ବ୍ୟବଧାନରେ ଓଡ଼ିଶା ଆସି ପ୍ରଚାର ଅଭିଯାନ ଜାରି ରଖିଛନ୍ତି। ଶୁକ୍ରବାର ଅର୍ଥାତ ୧୨ ତାରିଖରେ କେନ୍ଦୁଝର ମେଡିକାଲ ପଡ଼ିଆରେ ହେବାକୁ ଥିବା ବିଜେପିର ବିଜୟ ସଂକଳ୍ପ ଅଭିଯାନରେ ଶ୍ରୀ ଶାହ ଉଦବୋଧନ ଦେବେ। ପୁଣି ୧୭ ତାରିଖରେ ସେ ଓଡ଼ିଶା ଆସି େଢଙ୍କାନାଳର ମହିଷାପାଟ ନୂଆ ବସ୍ଷ୍ଟାଣ୍ଡ୍ ଓ କଟକର ବଡ଼ମ୍ବା ଟେନିସ୍ ପଡ଼ିଆରେ ନିର୍ବାଚନୀ ସଭାରେ ଯୋଗ ଦେବେ। ଏହା ମଧ୍ୟରେ ଶ୍ରୀ ଶାହ ୩ ଥର ଓଡ଼ିଶା ଆସି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe