ମୋଦୀଙ୍କ ପାଇଁ ‘ପଲଟୁ ରାମ’ ହୋଇଥିଲେ ମୁଖ୍ୟମନ୍ତ୍ରୀ ...ଲକ୍ଷୀସରାଇରେ ନୀତିଶଙ୍କ ଉପରେ ଅମିତ ଶାହଙ୍କ ନିଶାନା ।

ମୋଦୀଙ୍କ ପାଇଁ ‘ପଲଟୁ ରାମ’ ହୋଇଥିଲେ ମୁଖ୍ୟମନ୍ତ୍ରୀ ...ଲକ୍ଷୀସରାଇରେ ନୀତିଶଙ୍କ ଉପରେ ଅମିତ ଶାହଙ୍କ ନିଶାନା ।

କନକ ବ୍ୟୁରୋ: ଗୃହମନ୍ତ୍ରୀ ଅମିତ ଶାହ ଆଜି ବିହାରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପରେ ଜୋରଦାର ହମଲା କରିଛନ୍ତି । ଲକ୍ଷୀସରାଇରେ ଜନସଭାକୁ ସମ୍ବୋଧିତ କରି ଶାହ ନୀତିଶ କୁମାରଙ୍କୁ ପଲଟୁ ରାମ କହି କଟାକ୍ଷ କରିଛନ୍ତି । ବିହାରରେ ବିରୋଧୀଙ୍କ ବୈଠକକୁ ନେଇ ମଧ୍ୟ ଅମିତ ଶାହ ହମଲା କରିଛନ୍ତି । ଗୃହମନ୍ତ୍ରୀ କଂଗ୍ରେସକୁ ମଧ୍ୟ କଟାକ୍ଷ କରି କହିଛନ୍ତି ଦଳ ଗତ ୨୦ ବର୍ଷ ଧରି ରାହୁଲ ଗାନ୍ଧୀଙ୍କୁ ଲଞ୍ଚ କରିବା ପାଇଁ ଉଦ୍ୟମ କରି ବିଫଳ ହୋଇଛି ।

ଅମିତ ଶାହଙ୍କ ଜନସଭା ମୋଦୀ ସରକାରର ୯ ବର୍ଷ ପୂର୍ତ୍ତି ହେବା ଅବସରରେ ସରକାରର ଉପଲବ୍ଧିକୁ ନେଇ ଅନୁଷ୍ଠିତ ହୋଇଥିଲା । ଏଥିରେ ଅମିତ ଶାହ କେନ୍ଦ୍ର ସରକାରଙ୍କ କଲ୍ୟାଣକାରୀ ଯୋଜନା ବାବଦରେ କହିବା ସହ ନୀତିଶ କୁମାର ଏବଂ ଅନ୍ୟ ବିରୋଧୀ ଦଳଙ୍କ ଉପରେ ବର୍ଷିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe