ନିର୍ବାଚନ ପାଇଁ ପଡୁଛି ଉଠୁଛି ପଶ୍ଚିମବଙ୍ଗ । ତାରିଖ ପାଖଉଛି, ଉଷ୍ମତା ବଢୁଛି । ସବୁଠି ଚାଲିଛି ରାଜନୈତିକ ସୋ’...

Advertisment
ନିର୍ବାଚନ ପାଇଁ ପଡୁଛି ଉଠୁଛି ପଶ୍ଚିମବଙ୍ଗ । ତାରିଖ ପାଖଉଛି, ଉଷ୍ମତା ବଢୁଛି । ସବୁଠି ଚାଲିଛି ରାଜନୈତିକ ସୋ’...

କନକ ବ୍ୟୁରୋ: ତାରିଖ ପାଖଉଛି, ଉଷ୍ମତା ତେଜୁଛି । ପଶ୍ଚିମବଂଗରେ ଜୋରଦାର ପ୍ରଚାର । କେହି ପଛରେ ରହିବାକୁ ଚାହୁ ନାହାନ୍ତି । କୌଣସି ପ୍ରସଙ୍ଗକୁ ଅଣଦେଖା କରିବାକୁ ଚାହାନ୍ତିନି । କେହି କାହାକୁ ଇଂଚେ ହେଲେ ସୁଯୋଗ ଛାଡ଼ିବାକୁ ରାଜି ନୁହଁନ୍ତି । ବିରୋଧୀଙ୍କ ଉପରେ ବିଜୟ ପାଇଁ ଚାଲିଛି ସବୁ ପ୍ରକାର ଉଦ୍ୟମ । ପଶ୍ଚିମବଂଗରେ ଜୋରଦାର ଚାଲିଛି ରାଜନୈତିକ ପ୍ରଚାର

ଏସବୁ ଭିତରେ ଆଉ ୧୩ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି ବିଜେପି । ସେପଟେ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ଟିଏମସି । ନନ୍ଦୀଗ୍ରାମରେ ଶୁଭେନ୍ଦୁ ଅଣସାମାଜିକ ତତ୍ୱଙ୍କୁ ସାହାରା ଦେଉଛନ୍ତି ବୋଲି ଚିଠିରେ ଅଭିଯୋଗ ଆଣିଛି ତୃଣମୂଳ କଂଗ୍ରେସ । ଏଥର ପଶ୍ଚିମବଂଗ ନିର୍ବାଚନରେ ନନ୍ଦୀଗ୍ରାମ ପାଲଟିଛି ସବୁଠୁ ବଡ଼ ଟକ୍କର, କାରଣ ଏହି ଆସନରୁ ଲଢ଼ୁଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ, ଆଉ ତାଙ୍କୁ ଟକ୍କର ଦେଉଛନ୍ତି ବିଜେପି ହେଭିୱେଟ ତଥା ମମତାଙ୍କ ପୂର୍ବତନ ଘନିଷ୍ଠ ସହଯୋଗୀ ଶୁଭେନ୍ଦୁ ଅଧିକାରୀ । ଗୃହମନ୍ତ୍ରୀ ଅମିତ ଶାହା ଗୋସାବାରେ ନିର୍ବାଚନୀ ରାଲି କରି ମମତା ସରକାର ବର୍ଷି ଥିବା ବେଳେ ମମତା ପୁରୁଲିଆ ରାଲି କରି ବିଜେପିକୁ ଟାର୍ଗେଟ କରିଛନ୍ତି ।

ସେପଟେ ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଅରୋରା ପଶ୍ଚିମବଂଗରେ ପହଂଚି ନିର୍ବାଚନ ପ୍ରସ୍ତୁତିର ତଦାରଖ କରିଛନ୍ତି । ପଶ୍ଚିମବଂଗରେ ୨୯୪ ଆସନ ପାଇଁ ୮ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟ ମତଦାନ ୨୭ ମାର୍ଚ୍ଚରେ ହେବାକୁ ଥିବା ବେଳେ ଏପ୍ରିଲ ୨୯ରେ ଅନ୍ତିମ ପର୍ଯ୍ୟାୟ ମତଦାନ ହେବ । ମେ” ୨ରେ ଫଳାଫଳ ପ୍ରକାଶ ପାଇବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe