ମମତାଙ୍କ ବିଜେପି ଆକ୍ରୋଶ : ପଶ୍ଚିମବଙ୍ଗରେ ଶାହଙ୍କ ରାଲି ରଦ୍ଦ, ହେଲିକପ୍ଟର ଓହ୍ଲାଇବାକୁ ମଧ୍ୟ ମିଳିଲାନି ଅନୁମତି

296

ଷଷ୍ଠ ପର୍ଯ୍ୟାୟ ମତଦାନ ପୁରା ହେବା ପରେ ମଧ୍ୟ ପଶ୍ଚିମବଙ୍ଗରେ ପାଇଁ ଲଢ଼େଇ ଚରମ ସୀମାରେ ଅଛି । ତୃଣମୂଳ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟିର ଶୀର୍ଷ ନେତାଙ୍କ ଲଢ଼େଇ ମଧ୍ୟରେ ପୁଣି ଥରେ ଏଠି ହେଲିକପ୍ଟର ଲ୍ୟାଣ୍ଡିଙ୍ଗ ଓ ରାଲିର ଅନୁମତି ନମିିଳିବା ମାମଲା ଉଷ୍ମତା ଭରିଛି । ଜାଧବପୁରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ରାଲି କରିବାକୁ ଅନୁମତି ମିଳିନି । ସୂଚନାଯୋଗ୍ୟ, ତାଙ୍କ ହେଲିକପ୍ଟରକୁ ମଧ୍ୟ ଓହ୍ଲାଇବାକୁ ଅନୁମତିି ମିଳିନି ।

ପଶ୍ଚିମବଙ୍ଗର ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ଅଧିନରେ ୯ଟି ସିଟରେ ୧୯ ମେ’ ମତଦାନ ହେବ । ଯେଉଁଥିପାଇଁ ସୋମବାର ଦିନ ଅମିତ ଶାହଙ୍କ ୩ଟି ରାଲି ଥିଲା । ସେମଧ୍ୟରୁ ଗୋଟିଏ ରାଲି ଦକ୍ଷିଣ ୨୪ ପ୍ରଗଣା ଜିଳ୍ଲାର ଜାଧବପୁରରେ ପୂର୍ବାହ୍ନ ୧୨ଟା ୩୦ରେ ହେବାର ଥିଲା । କିନ୍ତୁ ରାଲିର କିଛି ସମୟ ପୂର୍ବରୁ ହିଁ ରାଲି ରଦ୍ଦ ହେବାର ଖବର ଆସିଲା । ଏହା ସହିତ ଅମିତ ଶାହଙ୍କ ହେଲିକପ୍ଟରକୁ ମଧ୍ୟ ଓହ୍ଲାଇବାକୁ ଅନୁମତି ଦିଆଗଲା ନାହିଁ । କିନ୍ତୁ ଜାଧବପୁର ବ୍ୟତୀତ ଅନ୍ୟ ୨ଟି ରାଲିକୁ ଅନୁମତି ମିଳିଯାଇଛି ।