ହାଇଭୋଲଟେଜ ରାଜନୈତିକ ଡ଼୍ରାମା ଭିତରେ ପଶ୍ଚିମବଙ୍ଗରେ ଗୃହମନ୍ତ୍ରୀ ଅମିତ ଶାହା । ଆଜି ମେଦିନି ପୁରରେ କରିବେ ବିଶାଳ ରାଲି । କୃଷି ଆଇନ ନେଇ ଚାଷୀଙ୍କୁ ବୁଝାଇବେ ଶାହା । ଏପଟେ ଦଳ ଛାଡ଼ୁଥିବା ଟିଏମସି ନେତାଙ୍କ ବଢ଼ୁଛି ସଂଖ୍ୟା

ହାଇଭୋଲଟେଜ ରାଜନୈତିକ ଡ଼୍ରାମା ଭିତରେ ପଶ୍ଚିମବଙ୍ଗରେ ଗୃହମନ୍ତ୍ରୀ ଅମିତ ଶାହା । ଆଜି ମେଦିନି ପୁରରେ କରିବେ ବିଶାଳ ରାଲି । କୃଷି ଆଇନ ନେଇ ଚାଷୀଙ୍କୁ ବୁଝାଇବେ ଶାହା । ଏପଟେ ଦଳ ଛାଡ଼ୁଥିବା ଟିଏମସି ନେତାଙ୍କ ବଢ଼ୁଛି ସଂଖ୍ୟା

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ହାଇଭୋଲଟେଜ୍ ରାଜନୌତିକ ଡ଼୍ରାମା ଭିତରେ ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗରେ ପହଂଚିଛନ୍ତି । ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଥିବା ଗୃହମନ୍ତ୍ରୀ ମେଦିନାପୁରରେ ଆଜି ଏକ ବିଶାଳ ସମାବେଶକୁ ସମ୍ବୋଧନ କରିବେ । ମିଶନ ଦୁଇ ଶହ ପ୍ଲସ ନାରା ଦେଇ ବିଜେପି ପଶ୍ଚିମବଙ୍ଗ ଦଖଲ ଅଭିଯାନ ଆରମ୍ଭ କରିଛି । ଆଜି ଗୃହମନ୍ତ୍ରୀ ଅମିତ୍ ଶାହ ବିବେକାନନ୍ଦଙ୍କ ପୈତୃକ ବାସଭବନ ରାମକୃଷ୍ଣ ମିଶନ ପରିଦର୍ଶନ କରିଛନ୍ତି । ଏହା ପରେ ସିଦ୍ଦେଶ୍ୱରୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବେ ।

ବଡ଼ କଥା ହେଉଛି ଟିଏମସିର ଅନ୍ୟତମ ଶିର୍ଷନେତା ଶୁଭେନ୍ଦୁ ଅଧିକାରୀ ଆଜି ଅମିତ୍ ଶାହଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ରାଜନୈତିକ ବିଶେଷଜ୍ଞ ମାନେ ମତ ଦେଉଥିବା ବେଳେ ଶୁଭେନ୍ଦୁ କିନ୍ତୁ ରାଜନୈତିକ ପଶା ପାଲିରେ ଏକ ଭିନ୍ନ ଧରଣର ଖେଳ ଖେଳିଛନ୍ତି । ତାଙ୍କ ବଦଳରେ ପ୍ରଥମେ ତାଙ୍କର ଭାଇ ସୁମେନ୍ଦୁ ଅଧିକାରୀ ବିଜେପିରେ ସାମିଲ ହୋଇଛନ୍ତି । ଏହା ସହ ଦକ୍ଷିଣ କୌଟାଇ ବିଧାୟକ ବନଶାଂରୀ ମୈତି ବିଜେପିରେ ସାମିଲ ହେବା ନେଇ ସ୍ପଷ୍ଟ ହୋଇଛି । ଅନ୍ୟପଟେ ବିଜେପି ନେତାମାନେ ଦାବି କରିଛନ୍ତି କି କେବଳ ଟିଏମସି ନୁହେଁ ଅନ୍ୟ ଦଳରୁ ବି ୧୦ ଅଧିକ ବିଧାୟକ ବିଜେପିରେ ସାମିଲ ହେବେ । କହିରଖୁ କି ଗତ ୨୭ ତାରିଖରେ ଶୁଭେନ୍ଦୁ ମମତାଙ୍କ କ୍ୟାବିନରୁ ଇସ୍ତଫା ଦେବାପରେ ଡ଼ିସେମ୍ବର ୧୬ ତାରିଖରେ ଦଳରୁ ଇସ୍ତଫା ଦେଇଥିଲେ । ଏହାରି ଭିତରେ ଏକାଧିକ ଟିଏମସି ନେତା ଦଳ ଛାଡ଼ି ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ବଢୁଛି । ଗତକାଲି ଦୁଇଜଣ ଟିଏମସି ବିଧାୟକ ଦଳ ଛାଡ଼ିଛନ୍ତି ।

ଅନ୍ୟପଟେ ଗୃହମନ୍ତ୍ରୀଙ୍କ ଗସ୍ତକୁ ନେଇ ଚଳ ଚଞ୍ଚଳ ହୋଇଛି ତୃଣମୂଳ କଂଗ୍ରେସ ଶିବିର । ମମତା କହିଛନ୍ତି ପଶ୍ଚିମବଙ୍ଗର ଲୋକେ ଶାନ୍ତିରେ ରହିବାକୁ ଚାହାନ୍ତି । ତେଣୁ କିଏ ବିବାଦିତ ନେତା ଆମ ଦଳରୁ ଯାଇ ବିଜେପିରେ ସାମିଲ ହେଲେ ବା ଗୃହମନ୍ତ୍ରୀ ଯେତେ ରାଲି କଲେ ବି କିଛି ଫରକ୍ ପଡିବ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe