ନାମାଙ୍କନ ଭରିଲେ ଅମିତ ଶାହା ! ଆଡଭାନୀଙ୍କ ଗଡରେ ଲଢେଇ ଆଗରୁ କଲେ ଶକ୍ତି ପ୍ରଦର୍ଶନ, ବିଶାଳ ରାଲିରେ ଗଲେ ୪ କିଲୋମିଟର ।
କନକ ବ୍ୟୁରୋ : ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ୨୦୧୯ ନିର୍ବାଚନ ପାଇଁ ଗାନ୍ଧୀନଗର ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଭରିଛନ୍ତି ବିଜେପି ଚାଣକ୍ୟ । ତେବେ ନାମାଙ୍କନ ପୂର୍ବରୁ ଶାହା ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଅହମ୍ମଦାବାଦରେ ଜନସଭାକୁ ସମ୍ବୋଧିତ କରି ଶାହା ଏକ ବିରାଟ ଶୋଭାଯାତ୍ରାରେ ବାହାରିଥିଲେ । ନିଜ ସମର୍ଥକ, ବିଜେପି ସମର୍ଥକ ଓ କେନ୍ଦ୍ରମନ୍ତ୍ରୀ, ଦଳୀୟ ନେତୃବୃନ୍ଦଙ୍କ ସହ ରୋଡ ଶୋ କରୁଛନ୍ତି । ଦୀର୍ଘ ୪ କିଲୋମିଟରର ରୋଡ ଶୋ ଚାଲିଥିଲା । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ନୀତିକ ଗଡକାରୀ, କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶୱାନ ଓ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ପ୍ରମୁଖ ଉପସ୍ଥିତ ରହିଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଅହମ୍ମଦାବାଦରେ ଶାହାଙ୍କ ଜନସଭାରେ ଯୋଗ ଦେଇ ରାଜନାଥ ସିଂହ କହିଲେ ଯେଉଁ କାମ ସାଢେ ୫ବର୍ଷରେ ମୁଁ କରିପାରିଲି ନାହିଁ ତାହା ଅମିତ ଶାହା ସାଢେ ୪ ବର୍ଷରେ କରିଦେଖାଇଲେ । ଅମିତ ଶାହା ଗାନ୍ଧିନଗରରୁ ନାମାଙ୍କନ ଭରିଥିବାରୁ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ରାଜନାଥ । ଅହମ୍ମଦାବାଦରେ ଏକ ସଭାକୁ ସମ୍ବୋଧିତ କରି ରାଜନାଥ ମୋଦିଙ୍କୁ ପ୍ରଶଂସା କରିଛନ୍ତି । କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ମୋଦିଙ୍କୁ ରାହୁଲ ଗାନ୍ଧି ଚୌକିଦାର ଚୋର ହେ କହୁଛନ୍ତି । ତେଣୁ ମୁଁ ଜନତାଙ୍କୁ ଅନୁରୋଧ କରୁଛି, ସେ ବିରୋଧୀଙ୍କୁ ଜବାବ ଦିଅନ୍ତୁ ଯେ ଚୌକିଦାର ଚୋର ନେହିଁ , ପିଏମ ବନନା ସିଓର ହେ ।
ଅହମ୍ମଦାବାଦରେ ଅମିତ ଶାହାଙ୍କ ଜନସଭାରେ ସାମିଲ ହୋଇ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି ବିଜେପି ଓ ଶିବସେନା ମଧ୍ୟରେ ସମସ୍ତ ପ୍ରକାର ମନମାଳିନ୍ୟ ଦୂର ହୋଇଛି । ସେ କହିଛନ୍ତି ଯେ ବିଜେପି ଓ ଶିବସେନା ମଧ୍ୟରେ ମତାନ୍ତରକୁ ନେଇ କିଛି ଲୋକ ଖୁସି ଥିଲେ । କିନ୍ତୁ ମୁଁ ଆଜି ସେହିମାନଙ୍କୁ କହୁଛି ଯେ ସେ ସବୁ ମତାନ୍ତର ଦୂର ହୋଇଯାଇଛି । ଉଦ୍ଧବ ଠାକରେ ଏହା ମଧ୍ୟ କହିଛନ୍ତି ଯେ ଏବେ ଶାହାଙ୍କ ସହ ମୋ ବିଚାର ଏକ । ବିଜେପି ସହ ମୋ ବିଚାର ଏକ । ଆମେ ନେତା ମଧ୍ୟ ଏକ । ବିରୋଧୀଙ୍କୁ ଟାର୍ଗେଟ କରି ଶେଷରେ ଉଦ୍ଧବ କହିଛନ୍ତି ସେମାନଙ୍କ ହୃଦୟ ମିଶୁ କି ନ ମିଶୁ କିନ୍ତୁ ହାତ ମିଶିବା ଜରୁରୀ ।