କନକ ବ୍ୟୁରୋ: ବିରୋଧୀଙ୍କ ଏକଜୁଟକୁ ଆମିତ ଶାହା କହିଥିବା ଶ୍ୱାନ, ନେଉଳର ଜବାବ ରଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଦେଶରେ କେବଳ ମୋଦି ଓ ଶାହା ଦୁଇ ଜଣ ମଣିଷ ଅଛନ୍ତି ବୋଲି ରାହୁଲ କଟାକ୍ଷ କରିଛନ୍ତି । କର୍ଣ୍ଣାଟକ ଗସ୍ତରେ ଥିବା କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି ଏହା ସୂଚାଉଛି ବିଜେପିର ମାନସିକତା ।
ସେହିପରି ମୋଦି ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଥିବା ସେ କହିଛନ୍ତି । ଦଳିତଙ୍କୁ ସୁରକ୍ଷା ପ୍ରସଙ୍ଗ, ଦେଶର ଅର୍ଥନୀତି ସହ ସୀମା ସୁରକ୍ଷା କରିବାରେ ମଧ୍ୟ ମୋଦି ସରକାର ଫେଲ ହୋଇଛି । ବ୍ୟାଙ୍କକୁ ଚୁନା ଲଗାଇ ଫେରାର ହୋଇଥିବା ନୀରବ ମୋଦି ଓ ମେହୁଲ ଚୋକସିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସଂପର୍କ ଥିବା ସେ ଅଭିଯୋଗ କରିଛନ୍ତି । ତେଣୁ ଆଗକୁ ମଧ୍ୟ ଧନୀକଙ୍କୁ ମୋଦି ଫାଇଦା ପହଁଚାଇବା ସମ୍ଭାବନା ରହିଛି । ରାଫେଲ ଡିଲରେ ବଡ ଘୋଟାଲା ହୋଇଥିବା ପ୍ରଧାନମନ୍ତ୍ରୀଙ୍କ ନିରବତା ହିଁ ପ୍ରମାଣ କରୁଛି ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/rahul-amit.jpg)
/kanak/media/post_attachments/wp-content/uploads/2018/04/675759-rahul-300x169.jpg)