ଆଜି ରାତିରେ ପଶ୍ଚିମବଙ୍ଗରେ ପହଂଚିବେ ଅମିତ ଶାହା, ୨ ଟି ମନ୍ଦିରରେ କରିବେ ପୂଜା । ଚାଷୀଘରେ କରିବେ ଭୋଜନ । ବିଜେପିରେ ସାମିଲ ହୋଇପାରିନ୍ତି ଟିଏମସିର କିଛି ନେତା

116

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଦୁଇ କ୍ଷମତାଧାରୀ ପାର୍ଟି ବିଜେପି ଓ ଟିଏମସି ମଧ୍ୟରେ ଏବେ ଠାରୁ ଘମାଘୋଟ ଲଢେଇ ଦେଖିବାକୁ ମଳିଛି । ବେଙ୍ଗଲରେ ଦଳର ସ୍ଥିତିକୁ ମଜଭୁତ କରିବା ଓ ନିର୍ବାଚନ ପ୍ରଚାରକୁ ଜୋରଦାର କରିବା ଲକ୍ଷରେ ଆଜି ରାତିରେ ପଶ୍ଚିମବଙ୍ଗରେ ପହଂଚିବେ କେନ୍ଦ୍ର ଗୃହମମନ୍ତ୍ରୀ ଅମିତ ଶାହା । ଶାହାଙ୍କର ଏହି ଦୁଇଦିନିଆ ଗସ୍ତର ପ୍ରଥମ ଦିନରେ ପୂର୍ବ ମେଦିନା ପୁରରେ ଜଣେ ଚାଷୀ ଘରେ ମଧ୍ୟାହ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟ ନିର୍ବାଚନ ପ୍ରଚାର ବେଳେ ବିଜେପି ନେତା ମାନେ ଦଳିତ ମାନଙ୍କ ଘରେ ଭୋଜନ କରି ଦଳିତ ଭୋଟବ୍ୟାଙ୍କକୁ ମଜଭୁତ କରୁଥିବା ଦେଖିବାକୁ ମିଳିଥିଲା । ହେଲେ ଏବେ ଦେଶର କୃଷକ ମାନେ କୃଷି ବିଲ୍ କୁ ବିରୋଧ କରି ଆନ୍ଦୋଳନ କରୁଥିବାରୁ ଏହା ଉପରୁ ଦେଶବାସୀଙ୍କ ନଜର ହଟାଇବାକୁ ଶାହା ଏବେ ଚାଷୀଘରେ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟ ଏକ ସୂଚନା ମୁତାବକ ଶାହାଙ୍କର ଏହି ଗସ୍ତ ସମୟରେ ଟିଏମସିର ଅସନ୍ତୁଷ୍ଟ ନେତା ତଥା ମେଦିନାପୁର ଅଞ୍ଚଳର ପ୍ରଭାବୀ ବିଧାୟକ ଶୁଭେନ୍ଦୁ ଅଧିକାରୀ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଇଛି ।

ଶାହା ଏହି ଗସ୍ତ ସମୟରେ କୃଷକ ଘରେ ଭୋଜନ କରି ସନ୍ଦେସ ଦେବାକୁ ଚାହାନ୍ତି କି ବିଜେପି ହୃଦୟ କୃଷକ ମାନଙ୍କର ବିକାଶ କଥା ଚିନ୍ତା କରୁଛି । ମୁଖ୍ୟତ ଏବେ ଦେଶର କୃଷକ ମାନେ କେନ୍ଦ୍ରସରକାର ଆଣିଥିବା ୩ ଟି ନୂତନ କୃଷିବିଲକୁ ବିରୋଧ କରି ୨୩ ଦିନ ହେବ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି । ଏହି ସମୟରେ ଶାହା କୃଷକର ଘରେ ଭୋଜନ କରି ରାଜ୍ୟର କୃଷକ ମାନଙ୍କ ବିଶ୍ୱାସଭାଜନ ହେବାକୁ ଚିନ୍ତା କରୁଛି ବିଜେପି । କହିରଖୁ କି ଚଳିତ ବର୍ଷ ନଭେମ୍ବର ମାସରେ ଶାହା ପଶ୍ଚିମବଙ୍ଗ ଗସ୍ତ କରିଥିଲେ । ଏହି ସମୟରେ ସେ ଜଣେ ଆଦିବାସୀଙ୍କ ଘରେ ଭୋଜନ କରିଥିଲେ । ଅନ୍ୟପଟେ ତୃଣମୂଳ କଂଗ୍ରେସର ଇସ୍ତଫା ଦେଇଥିବା ବିଧାୟକ ଶୁଭେନ୍ଦୁ ଅଧିକାରୀ , ଓ ଆସନସୋଲ ବିଧାୟକ ଜିତେନ୍ଦ୍ର ତିୱାରୀ ଶାହାଙ୍କ ଉପସ୍ଥିତରେ ବିଜେପିରେ ଯୋଗ ଦେଇ ପାରନ୍ତି ।