କନକ ବ୍ୟୁରୋ : ସଂସଦରେ ଉଠିଲା କେରଳ ୱାୟନାଡ ଭୁସ୍ଖଳନ ଘଟଣା । କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସହଯୋଗ ଓ ସାହାଯ୍ୟ ବାବଦରେ ସମସ୍ତ ତଥ୍ୟ ଗୃହରେ ରଖିଛନ୍ତି ଅମିତ ଶାହା। ଏଥିସହ ଗୃହମନ୍ତ୍ରୀ କହିଛନ୍ତି ଭୁସ୍ଖଳନ ଆଶଙ୍କା ନେଇ କେରଳ ରାଜ୍ୟ ସରକାରଙ୍କୁ କେନ୍ଦ୍ର ଜୁଲାଇ ୨୩ ଅର୍ଥାତ ୭ଦିନ ଆଗରୁ ସତର୍କ କରାଇଥିଲେ । ତଥାପି କୌଣସି ପ୍ରକାର ପଦକ୍ଷେପ କ’ଣ ପାଇଁ ଉଠାଇନଥିଲେ ମୁଖ୍ୟମନ୍ତ୍ରୀ । ତେବେ ସମ୍ଭାବ୍ୟ ଭୁସ୍ଖଳନ ମୁକାବିଲା ପାଇଁ ପୂର୍ବରୁ ହିଁ କେନ୍ଦ୍ର ସରକାର ୯ଟି ଏନଡିଆରଏଫ ଟିମକୁ କେରଳ ପଠାଇଥିଲେ ବୋଲି କହିଛନ୍ତି ଅମିତ ଶାହା । ଗୃହମନ୍ତ୍ରୀ ଏକଥା ମଧ୍ୟ କହିଛନ୍ତି ଦେଶରେ ବ୍ୟବହାର କରାଯାଉଛି ଅରଲି ୱାର୍ଣ୍ଣିଂ ସିଷ୍ଟମ । ଯାହାଦ୍ବାରା ୭ଦିନ ଆଗରୁ କୌଣସି ପ୍ରକାର ପ୍ରାକ୍ୟତିକ ବିପର୍ୟ୍ୟୟର ସୂଚନା ମିଳିପାରୁଛି ।.କେରଳ ପାଇଁ ମଧ୍ୟ ଏହି ସିଷ୍ଟମ ମାଧ୍ୟମରେ ପୂର୍ବରୁ ଆକଳନ କରାଯାଇଥିଲା ।
ୱାୟନାଡ ଭୂସ୍ଖଳନକୁ ନେଇ କେନ୍ଦ୍ର ଓ କେରଳ ମୁହାଁମୁହିଁ । ଅମିତ୍ ଶାହାଙ୍କ ବୟାନ ଉପରେ ଜବାବ ରଖିଲେ କେରଳ ମୁଖ୍ୟମନ୍ତ୍ରୀ
/kanak/media/post_attachments/wp-content/uploads/2024/07/37-18.jpg)