ରାଜସ୍ଥାନରେ ଗେହଲଟ ସରକାର ଉପରେ ବର୍ଷିଲେ ଶାହା । କହିଲେ, ରାଜ୍ୟ ନାହିଁ ଆଇନ୍ ଓ କାନୁନ୍ ବ୍ୟବସ୍ଥା ।

126

କନକ ବ୍ୟୁରୋ: ଗେହଲଟ୍ ସରକାର ଉପରେ ବର୍ଷିଲେ ଶାହା । ରବିବାର ରାଜସ୍ଥାନର ଜୈସଲମେରରେ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହା ଗେହଲଟ୍ ସରକାର ଉପରେ ବର୍ଷିବା ସହ ଜୋରଦାର ଟାର୍ଗେଟ କରିଛନ୍ତି । ସେଠାକାର ନିକ୍କମା ଓ ଭଷ୍ଟ୍ରାଚାରୀ ଅଶୋକ ଗେହଲଟଙ୍କ ସରକାରକୁ ଗାଦିଚ୍ୟୁତ କରିବା ସହି ଭାଜପାକୁ ଜିତାଇବାକୁ ରାଜସ୍ଥାନର ଜନତାଙ୍କୁ ଆହ୍ୱାନ କରି କହିଛନ୍ତି ଶାହା ।

ଶାହା କହିଛନ୍ତି,ପୂରା ରାଜସ୍ଥାନରେ ଆଇନ୍ କାନୁନ୍ ଓ ଶୃଙ୍ଖଳା ବଦଳିଯାଇଛି । ରାଜସ୍ଥାନରେ ଲ’ ଆଣ୍ଡ ଅର୍ଡର ଏବେ ନିଅ ଆଉ ଅର୍ଡର କରରେ ବଦଳିଯାଇଛି । ରାଜସ୍ଥାନର ଗେହଲଟ ସରକାର ଏବେ ଭ୍ରଷ୍ଟ ସରକାରରେ ବଦଳିଯାଇଛି ବୋଲି ଶାହା କହିଛନ୍ତି । ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଉପରେ ସିଧା ନିସାନା କରି ଶାହା କହିଛନ୍ତି, ଇନ୍ଦିରା ଗାନ୍ଧୀ ୭୦ ଦଶକରେ ଗରିବି ହଟାଓ ନାରା ଦେଇଥିଲେ । ହେଲେ ୨୦୧୪ରେ ଯେବେ ମୋଦୀ ଶାସନକୁ ଆସିଲେ, ସେତେବେଳେ ବି ଗରିବଙ୍କ ପାଖରେ ଘର ନଥିଲା । କୋଟି କୋଟି ମା ଭଉଣୀଙ୍କ ପାଖରେ ଗ୍ୟାସ୍ କନେକ୍ସନ ନଥିଲା ଓ ଲୋକଙ୍କ ପାଖରେ ବିଜୁଳି ନଥିଲା । ହେଲେ ସାତ ବର୍ଷ ଭିତରେ ଏବେ ସବୁ ଗାଁରେ ବିଜୁଳି ପହଞ୍ଚିପାରିଛି ।

କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ, ରାଜସ୍ଥାନରେ ଏବେ ଲୁଟ୍ ମାମଲା ୪୦ ପ୍ରତିଶତ ବୃଦ୍ଧି ପାଇଛି । ସେହିପରି ଅପହରଣ ମାମଲା ମଧ୍ୟ ୨୫ ପ୍ରତିଶତ ବୃଦ୍ଧି ପାଇଛି । ରାଜସ୍ଥାନରେ ବଳାକ୍ରାର ମାମଲା ମଧ୍ୟ ୨୧ ପ୍ରତିଶତ ବୃଦ୍ଧି ପାଇଥିବାବେଳେ, ଛୋଟ ପିଲାଙ୍କ ପ୍ରତି ବଳାକ୍ରାର ପ୍ରତିଶତ ୪୨ ପ୍ରତିଶତ ବୃଦ୍ଧି ପାଇଛି । ତେଣୁ ରାଜସ୍ଥାନର ଗେହଲଟ ସରକାରକୁ ହଟାଇ ସେଠାରେ ଭାଜପା ସରକାର ଆଣିବାକୁ ଆହ୍ୱାନ ଦେଇଛନ୍ତି ଶାହା ।