ସୋନପୁର ସଭାରୁ ଶାହାଙ୍କ ଅପିଲ- ୨୫ ବର୍ଷ ନବୀନ ବାବୁଙ୍କୁ ଦେଲେ ୫ ବର୍ଷ ବିଜେପିକୁ ଦିଅନ୍ତୁ… ଆମେ ଓଡିଶାକୁ ନଂ ୧ କରିଦେବୁ ।

291

କନକ ବ୍ୟୁରୋ: ସୋନପୁର ସଂକଳ୍ପ ସମାବେଶରୁ ରାଜ୍ୟ ସରକାରଙ୍କ ବିରୋଧରେ ରଣ ହୁଙ୍କାର ଦେଲେ ଅମିତ ଶାହା । ବିଜେଡି ସରକାରଙ୍କ ବିଫଳତା କଥା ଉଠାଇ ଜୋରଦାର ବର୍ଷିଲେ ଶାହା । ସୋନପୁର ସଭାରୁ ସାରା ଓଡିଶାବାସୀଙ୍କୁ ୫ ବର୍ଷର ସମୟ ମାଗିଲେ ଶାହା । କହିଲେ ୨୫ ବର୍ଷ ନବୀନ ବାବୁଙ୍କୁ ଦେଲେ ୫ ବର୍ଷ ବିଜେପିକୁ ଦିଅନ୍ତୁ । ଆମେ ଓଡିଶାକୁ ଦେଶର ନଂ ୱାନ ରାଜ୍ୟ କରିଦେବୁ । ନବୀନଙ୍କ ୨୦ ବର୍ଷ ଲଷ୍ଟ ଇୟର ।

ଯେଉଁଠି ଡବଲ ଇଞ୍ଜିନର ସରକାର ଅଛି ସେଠି ବିକାଶ ହୋଇଛି । ସମୟ ଆସିଛି ଓଡିଶାରେ ପରିବର୍ତ୍ତନ ଆଣିବାକୁ । ଦେଶର କମ୍ପାନୀକୁ ଓଡିଶା ଆଣିବାକୁ । ସମୟ ଆସିଛି ସବୁ କ୍ଷେତରେ ଜଳ ପହଞ୍ଚାଇବାର, ସମୟ ଆସିଛି ସବୁ ଚାଷୀ ଓ ଶ୍ରମିକଙ୍କୁ ସଶକ୍ତ କରିବାର । ଯଦି ଏସବୁ କରିବାକୁ ଚାହୁଁଛନ୍ତି ତେବେ ବିଜେପିର ସରକାର ଆଣିବାକୁ ପଡିବ ବୋଲି ଶାହା ଜନତାଙ୍କୁ ନିବେଦନ କରିଛନ୍ତି ।

ତେବେ ଓଡିଶାବାସୀଙ୍କୁ ଶାହାଙ୍କ ଅପିଲ କରି କହିଛନ୍ତି ଓଡିଶାରେ ବିଜେପି ସରକାର କଲେ ଲୋକଙ୍କୁ କଣ ମିଳିବ ଫାଇଦା
ବାହାରୁକୁ ଶ୍ରମିକ ଦାଦନ ଖଟିବାକୁ ଯିବେନି
-ଏଠାରେ ଆମେ କପା ଚାଷୀଙ୍କ ପାଇଁ ଟେକ୍ସଟାଇଲ କମ୍ପାନୀ ଖୋଲିବୁ
-ଏଠାରେ ଚାଷୀଙ୍କୁ ସମୃଦ୍ଧ କରିବାକୁ ଆମେ କାମ କରିବୁ
-କାଶୀ ବିଶ୍ୱନାଥ ଭଳି ଜଗନ୍ନାଥ ଧାମକୁ ବିଶ୍ୱସ୍ତରୀୟ କରିବୁ
-ଖଣିଜ ସମ୍ପତ୍ତି ଉତ୍ପାଦନ କରି ଆଦିବାଦୀଙ୍କ ଉନ୍ନତି କରିବୁ ବୋଲି ଶାହା ନିଜ ଭାଷଣରେ କହିଛନ୍ତି ।