ମଣିପୁର ଅଶାନ୍ତି ପରେ ବଢ଼ିଲା ଚିନ୍ତା । ମିଆଁମାର ସହ ସୀମାରେ ଲାଗିବ ତାରବାଡ,ଭାରତ ଭିତରକୁ ମିଆଁମାର ବିଦ୍ରୋହୀ ପଶିଆସୁଥିବା ଖବର ପରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିଷ୍ପତି

121

କନକ ବ୍ୟୁରୋ : ଅନୁପ୍ରବେଶ ରୋକିବାକୁ ଭାରତ-ମିଆଁମାର ଓ ଭାରତ-ବାଂଲାଦେଶ ସୀମାରେ ବଢ଼ାଯିବ ସୁରକ୍ଷା ବ୍ୟବସ୍ଥା । ବିଶେଷକରି ମିଆଁମାର ପଟୁ ଅନୁପ୍ରବେଶ ବଢ଼ୁଥିବାରୁ ଚିନ୍ତା ବଢ଼ୁଛି, ଏହାକୁ ନେଇ ସତର୍କ ହେବା ସହ ପଦକ୍ଷେପ ନେବାକୁ ସ୍ଥିର କରିଛି କେନ୍ଦ୍ର ସରକାର । ଭାରତ ଓ ମିଆଁମାର ସୀମାରେ ଏବେ ତାରବାଡ଼ ଲଗାଯିବ   । ପୂର୍ବରୁ ଏହା ଖାଲି ରହିଥିଲା, ଫଳରେ ମୁକ୍ତ ଭାବେ ଏପଟର ଲୋକ ସେପଟକୁ ଓ ସେପଟର ଲୋକ ଏପଟକୁ ଆସିପାରୁଥିଲେ । ହେଲେ ମଣିପୁର ହିଂସାରେ ମିଆଁମାର ବିଦ୍ରୋହୀଙ୍କ ହାତ ଥିବା ଖବର ମିଳିବା ପରେ ତାରବାଡ଼ ଲଗାଇବାକୁ ନିଷ୍ପତି ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏନେଇ ସୂଚନା ଦେଇଛନ୍ତି । ସେହିପରି ଭାରତ ଓ ବାଂଲାଦେଶ ସୀମାରେ ସୁରକ୍ଷା ବଢ଼ାଯିବ ବୋଲି ଗୃହମନ୍ତ୍ରୀ ସୂଚନା ଦେଇଛନ୍ତି ।