କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପୁଣି ଅସୁସ୍ଥ: ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି; କିଛି ଦିନ ତଳେ ଡାକ୍ତରଖାନାରୁ ହୋଇଥିଲେ ଡିସଚାର୍ଜ

Advertisment
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପୁଣି ଅସୁସ୍ଥ: ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି; କିଛି ଦିନ ତଳେ ଡାକ୍ତରଖାନାରୁ ହୋଇଥିଲେ ଡିସଚାର୍ଜ

କନକ ବ୍ୟୁରୋ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପୁଣି ଅସୁସ୍ଥ ହୋଇପଡିଛନ୍ତି । ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତି କରାଯାଇଛି । ୨ ଅଗଷ୍ଟରେ ଅମିତ ଶାହା କରୋନାରେ ସଂକ୍ରମିତ ହୋଇଥିଲେ । କିଛି ଦିନ ଡାକ୍ତରଖାନାରେ ରହିବା ପରେ ୧୪ ତାରିଖରେ କୋଭିଡ ରିପୋର୍ଟ ନେଗେଟିଭ ଆସିଥିଲା । ଏବେ ପୁଣି ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ଅମିତ ଶାହାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ଗତକାଲି ରାତି ୧୧ଟାରେ ସେ ଏମ୍ସରେ ଭର୍ତି ହୋଇଛନ୍ତି ।

ସୂଚନା ମୁତାବକ, ଅଗଷ୍ଟ ୨ରେ ଅମିତ ଶାହା ନୋବେଲ କରୋନାଭାଇରସ୍ ପାଇଁ ପଜିଟିଭ୍ ପରୀକ୍ଷା କରିଥିଲେ ଏବଂ ଗୁରୁଗ୍ରାମର ମେଦାନ୍ତ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସୁସ୍ଥ ହେବା ସହ ଅଗଷ୍ଟ ୧୪ରେ ତାଙ୍କର କୋଭିଡ ରିପୋର୍ଟ ନେଗେଟିଭ ଆସିଥିଲା। ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇ ଘରେ ଆଇସୋଲେସନରେ ରହିବାକୁ କୁହାଯାଇଥିଲା। ଶରୀରର ଯନ୍ତ୍ରଣା ଏବଂ ଥକ୍କାପଣ ଅନୁଭବ କରିବାରୁ ତାଙ୍କୁ ଅଗଷ୍ଟ ୧୮ରେ ପୁନର୍ବାର ଏମ୍ସରେ ଭର୍ତ୍ତି ହୋଇଥିଲେ। କିଛି ଦିନ ଏମ୍ସରେ ରହି ସେ ଅଗଷ୍ଟ ୩୧ରେ ଘରକୁ ଫେରିଥିଲେ। ହେଲେ ଏବେ ପୁଣି ତାଙ୍କର ସ୍ବାସ୍ଥ୍ୟାବସ୍ଥ‌ା ବିଗିଡ଼ିଛି। ତେବେ ଶାହାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପଛର କାରଣ କ’ଣ, ତାହା ସାମ୍ନାକୁ ଆସି ପାରି ନାହିଁ। ସେ ପୁଣି ଥରେ କରୋନା ଆକ୍ରାନ୍ତ ହୋଇଛନ୍ତି କି ନାହିଁ, ସେ ନେଇ ଡାକ୍ତରଖାନା ପକ୍ଷରୁ କୌଣସି ବିବୃତ୍ତି ଦିଆଯାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe