ପଶ୍ଚିମବଙ୍ଗ ପରେ ଏବେ ଶାହାଙ୍କ ଟାର୍ଗେଟରେ ଆସାମ । ଅଧାରାତିରେ ଆସାମରେ ପହଂଚିଲେ ଗୃହମନ୍ତ୍ରୀ ଅମିତ୍ ଶାହା । ୨ ଦିନ ଧରି କର୍ମୀଙ୍କ ସହ କରିବେ ଆଲୋଚନା

114

କନକ ବ୍ୟୁରୋ : ଗୃହମନ୍ତ୍ରୀ ଅମିତ୍ ଶାହା ୨୧ ଦିନିଆ ଆସାମ ଗସ୍ତରେ ଯାଇ ଗତକାଲି ଅଧାରାତିରେ ଗୁଆହାଟୀରେ ପହଂଚିଛନ୍ତି । ଶାହା ଗୁଆହାଟୀରେ ପହଂଚିବା ପରେ ଦଳର କର୍ମୀ ମାନେ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ଏହି ସ୍ୱାଗତ ସମାରୋହରେ ଆସାମ ମୁଖ୍ୟମନ୍ତ୍ରୀ ସଦାନନ୍ଦ ସୋନୱାଲ ବି ଉପସ୍ଥିତ ଥିଲେ । ଏହି ୨ ଦିନିଆ ଗସ୍ତ ବେଳେ ଶ୍ରୀ ଶାହା ଗୁଆହାଟୀ ଓ ଇମ୍ଫାଲରେ ରହିବାର କାର୍ଯ୍ୟକ୍ରମ ରହିଛି ।
ଯଦି କାର୍ଯ୍ୟକ୍ରମ ବାବଦରେ କୁହାଯିବ ତେବେ ଶ୍ରୀ ଶାହା ଆସାମର ଜନଜାତିଙ୍କ ସହ ମିଶିବେ ଓ ସେମାନଙ୍କର ଅଭିଯୋଗ ବି ଶୁଣିବାର କାର୍ଯ୍ୟକ୍ରମ ଥିବା ଜଣେ ବିଜେପି ନେତା କହିଛନ୍ତି । ଏହା ସହ ଗସ୍ତର ଦ୍ୱିତୀୟ ଦିନରେ ଏକ ମେଡିକାଲ କଲେଜର ଶିଳାନ୍ୟାସ କରିବେ ବୋଲି କୁହାଯାଇଛି । ଅନ୍ୟପଟେ ୨୭ ତାରିଖ ଦିନ ଗୃହମନ୍ତ୍ରୀ ଇମ୍ଫାଲ ପୋଲିସ ହେଡକ୍ୱାଟର ନିର୍ମାଣ କାର୍ଯ୍ୟକ୍ରମରେ ଯୋଗ ଦେବେ । ସବୁଠାରୁ ବଡ କଥା ଶ୍ରୀ ଶାହା ଏହି କାର୍ଯ୍ୟକ୍ରମ ସମୟରେ ୮ ହଜାର ନାମଘର ବୈଷ୍ଣବ ସନ୍ଥଙ୍କ ସହ ବାଣିଜ୍ୟିକ ସହାୟତା ସଂପର୍କରେ ଆଲୋଚନା କରିବେ ।

କହିରଖୁ କି ପଶ୍ଚିମବଙ୍ଗ ପରେ ଆସାମରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତେଣୁ ଏହି ସମୟରେ ଶାହାଙ୍କ ଆସାମ ଗସ୍ତ ରାଜ୍ୟପାର୍ଟି ପାଇଁ ଗୁରୁତ୍ୱ ବହନ କରୁଛି । ଗତ ୨୦୧୬ ନିର୍ବାଚନରେ ଆସାମରେ ବିଜେପି ଏକ ବଡପାର୍ଟି ଭାବେ ଉଭା ହୋଇଥିଲେ ବି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିପାରି ନଥିଲା ଦଳ । ଆସାମ ବିଧାନସଭାର ୧୨୬ ଆସନ ମଧ୍ୟରୁ ବିଜେପିକୁ ୬୦, କଂଗ୍ରେସ ୨୬, ଅଲ ଇଣ୍ଡିଆ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ ୧୩, ଆସାମ ଗଣପରିଷଦ ୧୪ , ବୋଡଲାଣ୍ଡ ପିପୁଲ୍ସ ଫ୍ରଣ୍ଟ ୧୨ ଓ ଜଣେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ । ତେଣୁ ବିଜେପି ତା’ର ସଂଗଠନ ବୃଦ୍ଧି ପାଇଁ ଶାହାଙ୍କ ଚାଣକ୍ୟ ନିତୀ ଆପଣାଇବ ବୋଲି ଅନୁମାନ କରାଯାଉଛି ।