ଆଜି ପୁଣି ଓଡିଶା ଗସ୍ତରେ ଆସୁଛନ୍ତି ଅମିତ ଶାହା ! ମୟୂରଭଞ୍ଜ ଓ ଯାଜପୁରରେ ଦଳୀୟ ପ୍ରାର୍ଥୀଙ୍କ ଲାଗି କରିବେ ପ୍ରଚାର

ପ୍ରଚାରର ଶେଷ ଦିନରେ ଭୋଟରଙ୍କୁ ଆକୃଷ୍ଠ କରିବା ପାଇଁ ଶେଷ ପ୍ରୟାସ କରିବେ ଅମିତ୍ ଶାହା

180

କନକ ବ୍ୟୁରୋ : ପ୍ରଚାରର ଶେଷ ଦିନରେ ଭୋଟରଙ୍କୁ ଆକୃଷ୍ଠ କରିବା ପାଇଁ ଶେଷ ପ୍ରୟାସ କରିବେ ଅମିତ୍ ଶାହା । ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ । ମୟୂରଭଞ୍ଜର ମୋରଡାରେ ଜନସଭାକୁ ସମ୍ବୋଧିତ କରି ପରିବର୍ତନର ଆହ୍ୱାନ ଦେବେ ଶାହା । ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପୂର୍ବାହ୍ନ ୧୧ଟା ୩୦ରେ ମୋରଡା ସମାବେଶରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ମାଗିବେ ଭୋଟ୍ । ଏହାପରେ ଅପରାହ୍ନ ଗୋଟାଏ ୧୫ରେ ଯାଜପୁର ଜିଲ୍ଳା ସୁକିନ୍ଦା ଜନସମାବେଶରେ ଯୋଗ ଦେବେ ଶାହା । ତେବେ ବିଜେପି ନିଜର ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଲାଗି ଅନେକ କେନ୍ଦ୍ରୀୟ ନେତାଙ୍କୁ ଓଡିଶାରେ ପ୍ରଚାରର ମଙ୍ଗ ଧରାଯାଉଛି । ଆସନ୍ତା ସୋମବାର ହେବାକୁ ଥିବା ଆସନ ୬ ଲୋକସଭା ଓ ୪୧ ବିଧାନସଭା ଆସନରେ ଭୋଟ ହେବା ପାଇଁ ଯାଉଛି ।

ତେଣୁ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ଓଡିଶାକୁ ଘନ ଘନ ପ୍ରଚାରରେ ତୁଙ୍ଗ ନେତାମାନେ ଆସୁଛନ୍ତି । ଆଜି ସନ୍ଧ୍ୟାରେ ନିର୍ବାଚନ ଲାଗି ପ୍ରଚାରର ଶେଷଦିନ ହୋଇଥିବା କାରଣରୁ ଶାହା ପୁଣି ଥରେ ଓଡିଶା ଗସ୍ତରେ ଆସୁଛନ୍ତି । ପୂର୍ବରୁ ଗତ ୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଲେଶ୍ୱର ଓ କେନ୍ଦ୍ରାପଡା ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ ମାଗିଥିଲେ । ହେଲେ ଆଜି ଶାହା କଣ କହିବେ ତାହା ଉପରେ ରହିଛି ନଜର ।