ନାଗରିକତା ଆଇନ ସମର୍ଥନରେ ଭୁବନେଶ୍ୱରରେ ବିଶାଳ ରାଲି କରିବେ ଗୃହମନ୍ତ୍ରୀ । ଆସନ୍ତା ୨୮, ୨୯ ଦୁଇ ଦିନିଆ ଗସ୍ତରେ ଆସିବେ ଅମିତ ଶାହା

ଆଜି ଓଡିଶା ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ପୂର୍ବାଞ୍ଚଳ ଜୋନାଲ କାଉନସିଲ ବୈଠକରେ ଯୋଗଦେବେ । ଶାହଙ୍କ ସହ ଏକାଠି ବସିବେ ନବୀନ-ନୀତିଶ-ମମତା-ସୋରେନ । ବୈଠକ ପରେ ସିଏଏ ସମର୍ଥନ ସଭାରେ ସମ୍ବୋଧନ କରିବେ ଶାହ

କନକ ବ୍ୟୁରୋ: ନାଗରିକତା ଆଇନ ସମର୍ଥନରେ ଭୁବନେଶ୍ୱରରେ ସଭା କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଶାହା । ଆସନ୍ତା ୨୮,୨୯ ତାରିଖରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେବେ । ୨୮ ତାରିଖ ଅପରାହ୍ନରେ ଭୁବନେଶ୍ୱରରେ ଏକ ବିଶାଳ ସଭାରେ ଯୋଗ ଦେଇ ନାଗରିକତା ଆଇନ ସମ୍ପର୍କରେ ଜନତାଙ୍କୁ ସଚେତନ କରିବାର ପ୍ରୟାସ କରିବେ ଅମିତ ଶାହା ।

publive-image

ଦିଲ୍ଲୀ ନିର୍ବାଚନ ଫଳାଫଳ ପରେ ଅମିତ ଶାହା କହିଥିଲେ ଜନମତ ନାଗରିକତା ଆଇନ ବିରୋଧରେ ଯାଇ ନାହିଁ । ଆଉ ଏହି କ୍ରମରେ ଦେଶବ୍ୟାପି ନାଗରିକତା ଆଇନକୁ ନେଇ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛି ବିଜେପି । ୨୮ ତାରିଖର ବିଶାଳ ସଭା ପରେ ୨୯ ତାରିଖ ପୁରୀ ଶ୍ରୀ ମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିର ଯାଇ ଠାକୁର ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe