କନକ ବ୍ୟୁରୋ : ଦୁଇପାଳିର ମୋଦୀ କ୍ୟାବିନେଟରେ ପାୱାରଫୁଲ ବିଭାଗ ସମ୍ଭାଳିଥିବା ଅମିତ୍ ଶାହା ଆଜି ତୃତୀୟ ଥର ପାଇଁ କେନ୍ଦ୍ରମନ୍ତ୍ରୀମଣ୍ଡଳର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ହେଲେ ଗତ ୨ଥର ତାଙ୍କୁ ଗୃହମନ୍ତ୍ରଣାଳୟ ମିଳିଥିବା ବେଳେ ଏଥର କେଉଁ ମନ୍ତ୍ରଣାଳୟ ମିଳିବ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ । ହେଲେ ତାଙ୍କୁ ନିଶ୍ଚିନ୍ତ ଭାବେ ଏକ ଶକ୍ତିଶାଳୀ ମନ୍ତ୍ରଣାଳୟ ମିଳିବ ବୋଲି ଆଶା କରାଯାଉଛି ।