ମାଓବାଦୀଙ୍କ କବଜାରେ ଯବାନ । କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହା କହିଲେ, ବ୍ୟର୍ଥ ଯିବନି ଯବାନଙ୍କ ବଳିଦାନ । ଖୁବଶୀଘ୍ର ଆରମ୍ଭ ହେବ ଅପରେସନ୍ ପ୍ରହାର-ଥ୍ରୀ ।

354
କନକ ବ୍ୟୁରୋ: ମାଓବାଦୀଙ୍କ କବଜାରେ ଅଛନ୍ତି ନିଖୋଜ ଯବାନ । ଛତିଶଗଡ ବିଜାପୁର ଜୋନାଗୁଡା ଜଙ୍ଗଲରେ ହୋଇଥିବା ନକ୍ସଲ ହମଲା ନିଖୋଜ ଯବାନଙ୍କ ପତା ମିଳିଛି । ଏବେ ମାଓବାଦୀ କବଜାରେ ଅଛନ୍ତି ଯବାନ । ନକ୍ସଲଙ୍କ କବଜାରେ ଥିବା ଯବାନଙ୍କ ରାକେଶୋର ସିଂ ମନହସ । ସେ ସିଆର୍ପିଏଫ୍ ୨୧୦ କୋବ୍ରା ବାଟାଲିୟନରେ କାର୍ଯ୍ୟରତ ଅଛନ୍ତି । ଘଟଣାସ୍ଥଳରୁ ୨୨ ଜଣ ଯବାନଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଜଣଙ୍କର ପତା ମିଳୁନଥିଲା । ତେବେ ଯବାନ ଜଣଙ୍କୁ ନିଜ କବଜାରେ ରଖିଥିବା ମାଓ ସଂଗଠନ ସ୍ପଷ୍ଟ କରିଛି ।
ଛତିଶଗଡ଼ର ସୁ୍କମା-ବିଜାପୁର ସୀମାରେ ସୁରକ୍ଷାକର୍ମୀଙ୍କ ଉପରେ ନକ୍ସଲ ହମଲା କରିଥିବା ଘଟଣା ସ୍ଥଳ ବୁଲି ଦେଖିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଏହାସହ ସହିଦକୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ବ୍ୟର୍ଥ ଯିବନି ଯବାନଙ୍କ ବଳିଦାନ । ମାଓ ଦମନ ପାଇଁ କରାଯିବ ଅପରେସନ୍ ପ୍ରହାର-୩ । କରୋନା ଯୋଗୁଁ ମାଓ ଅପରେସନ ଟିକେ ଥମି ଯାଇଥିଲା । ଏବେ ଆଉ ନୁହେଁ । ଏଣିକି ମାଓ ଅପରେସନକୁ ଜୋରଦାର କରାଯିବ । ଛତିଶଗଡ଼ରେ ନକ୍ସଲ ହମଲାରେ ୨୨ ଯବାନ ସହିଦ ହୋଇଛନ୍ତି ।
୩୦ ଜଣ ଆହତଙ୍କର ଏବେ ଚିକିତ୍ସା ଚାଲିଛି । ମାଓବାଦୀଙ୍କୁ ମୁହଁତୋଡ ଜବାବ ଦେବାକୁ ପ୍ରସ୍ତୁତ ହେଉଛି ବ୍ଲୁ ପ୍ରିଂଟ । ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ବୈଠକରେ ନକ୍ସଲଙ୍କୁ ଦମନ କରିବା ପାଇଁ ଏକ ବଡ ଯୋଜନା କରାଯାଇଛି । ଗତକାଲି ମଧ୍ୟ ଗୃହ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ଏବଂ ସିଆରପିଏଫର ବରିଷ୍ଠ ଅଧିକାରୀଙ୍କ ସହିତ ଗୃହମନ୍ତ୍ରୀ ଆଲୋଚନା କରିଥିଲେ ।