କରୋନା ମୁକାବିଲା ନେଇ ସଜାଗ ଅଛନ୍ତି ସରକାର: ଏଏନଆଇକୁ ସାକ୍ଷାତକାର ଦେଇ କହିଲେ ଗୃହମନ୍ତ୍ରୀ ଅମିତ ଶାହ; ସୀମା ବିବାଦ ପ୍ରସଙ୍ଗରେ ଦେଶର ଆଭିମୁଖ୍ୟ ସ୍ପଷ୍ଟ କଲେ ଗୃହମନ୍ତ୍ରୀ

ସୀମା ବିବାଦ ପ୍ରସଙ୍ଗରେ ଦେଶର ଆଭିମୁଖ୍ୟ ସ୍ପଷ୍ଟ କଲେ ଗୃହମନ୍ତ୍ରୀ

190

କନକ ବ୍ୟୁରୋ: କରୋନା ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ସରକାର । ଦେଶରେ ବର୍ତମାନ ଗୋଷ୍ଠୀ ସଂକ୍ରମଣର ସ୍ଥିତି ନାହିଁ । ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେଇ ଏହି ସୂଚନା ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଦିଲ୍ଲୀର କରୋନା ସ୍ଥିତିସମ୍ପର୍କରେ ଗୃହମନ୍ତ୍ରୀ କହିଛନ୍ତି ରାଜନୈତିକ ବୟାନବାଜୀ ଯୋଗୁଁ ଏକ ଭୟର ମାହୋଲ ସୃଷ୍ଟି ହୋଇଥିଲା ।

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବୟାନ ପରିପ୍ରେକ୍ଷୀରେ ଉତର ରଖି ଅମିତ ଶାହ କହିଛନ୍ତି ଦିଲ୍ଲୀରେ ସାଢେ ପାଂଚ ଲକ୍ଷ କରୋନା ପଜିଟିଭ ଚିହ୍ନଟ ହେବା ପରି ସ୍ଥିତି ଉପୁଜିବ ନାହିଁ । ସେହିପରି ପ୍ରବାସୀ ଶ୍ରମିକଙ୍କ ରାଜ୍ୟ ବାହୁଡା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଶ୍ରମିକମାନେ ନିଜ ରାଜ୍ୟକୁ ଫେରିଛନ୍ତି । ସେହିପରି ଲଦାଖ ସୀମାରେ ଦେଖାଦେଇଥିବା ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଗୃହମନ୍ତ୍ରୀ ।