କନକ ବ୍ୟୁରୋ: କାଶ୍ମୀରରୁ ଧାରା ୩୭୦ ହଟିବା ପରେ ରାଜ୍ୟସଭାରେ ଜବାବ ରଖିଲେ ଗୃହମନ୍ତ୍ରୀ ଅମିତ ଶାହା । ୩୭୦ ଉଚ୍ଚେଦକୁ ବିରୋଧୀ ଗ୍ରହଣ କରୁନଥିବା ବେଳେ ବିରୋଧୀଙ୍କୁ ଜବାବ ଦେଇଛନ୍ତି ଶାହା । କଣ ପାଇଁ କାଶ୍ମୀରରୁ ଧାରା ୩୭୦କୁ ହଟାଗଲା, କଣ ପାଇଁ ଅନୁଚ୍ଚେଦକୁ ଉଚ୍ଚେଦ କରାଗଲା ତାର ବିସ୍ତୃତ ବିବରଣୀ ଗୃହରେ ରଖିଛନ୍ତି ଅମିତ ଶାହା ।

Advertisment

publive-image
ତେବେ କଣ ପାଇଁ କାଶ୍ମୀରରୁ ଏ ଧାରା ହଟାଗଲା ତାର ତଥ୍ୟ ରଖିବାକୁ ଯାଇ ଶାହା କହିଛନ୍ତି ଯେ ଧାରା ୩୭୦ କାଶ୍ମୀରର ବିକାଶରେ ବଡ ବାଧକ ସାଜିଥିଲା । ୩୭୦ ପାଇଁ କାଶ୍ମୀର କାଙ୍ଗାଳ ହୋଇଛି । ଏହି ଧାରା ବଧବତ୍ତର ଥିବାରୁ କାଶ୍ମୀରକୁ ବଡ ବଡ କମ୍ପାନୀମାନେ ଯାଇ ପାରୁନାହାନ୍ତି । ତେଣୁ କାଶ୍ମୀରରେ ବିକାଶ ହେଉନି କି ସେଠାରେ କୌଣସି ରୋଜଗାରର ସୁବିଧା ମିଳୁନି । ୩୭୦ ହଟିବା ପରେ ଚାକିରର ସମ୍ଭାବନା ରହିଛି । ବେକାରୀ ସମସ୍ୟା ସାମଧାନର ବଡ ବାଡ ଖୋଲି ଯାଇଛି ।

publive-image
ତେବେ ସବୁଠାରୁ ବଡ କଥା ହେଉଛି ୩୭୦ ପାଇଁ କାଶ୍ମୀରରେ ଆତଙ୍କବାଦ ବଢିଛି । ଧାରା ଲାଗୁଥିବାରୁ ଏଠାରେ ଆତଙ୍କବାଦୀ ଆଡ୍ଡା କରି ରହିଥିଲେ । ଆତଙ୍କବାଦୀ ହମଲାରେ ୪୦ ହଜାର ଲୋକଙ୍କ ପ୍ରାଣ ହରାଇଛନ୍ତି । ତେଣୁ ଆତଙ୍କବାଦକୁ ମୂଳପୋଛ କରିବାକୁ ହେଲେ ଧାରା ୩୭୦କୁ ହଟାଇବାକୁ ଦରକାର ଥିଲା ।
କେନ୍ଦ୍ର ସରକାରଙ୍କ ଏ ନିଷ୍ପତ୍ତିକୁ ବିରୋଧୀ କଡା ସମାଲୋଚନା କରିଛନ୍ତି । ଭୋଟ ପାଇଁ ମୋଦି ସରକାର ଏଭଳି କରିଥିବା ବିରୋଧୀ କହିଛନ୍ତି । ତେବେ ଶାହାଙ୍କ ଜବାବ ପରେ ରାଜ୍ୟସଭାରେ ଜାମ୍ମୁ-କାଶ୍ମୀର ପୁନର୍ଗଠନ ବିଲ୍ ପାସ ହୋଇଛି । ପୁନର୍ଗଠନ ବିଲ୍ ସପକ୍ଷରେ ପଡିଲା ୧୨୫ ଭୋଟ, ବିପକ୍ଷରେ ୬୧ ଭୋଟ ପଡିଛି ।