ଶ୍ରୀକ୍ଷେତ୍ରରେ ଶାହା । ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ପାଇଁ ବିଶାଳ ରାଲିରେ କଲେ ଶକ୍ତି ପ୍ରଦର୍ଶନ ।

234

କନକ ବ୍ୟୁରୋ: ପୁଣି ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧକ୍ଷ୍ୟକ୍ଷ ଅମିତ ଶାହା । ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ଷ୍ଟାରପ୍ରଚାରକ ଭାବେ ପୁରୀରେ ପହଁଚିଲେ ଅଧ୍ୟକ୍ଷ ଅମିତ ଶାହା । ପୁରୀରେ ପହଂଚିବା ପରେ ଶାହା ପ୍ରଥମେ ଶ୍ରୀଜିଉଙ୍କ ଦର୍ଶନ କରିବା ସହ ଆଶିର୍ବାଦ ନେଇଥିଲେ । ଏହାପରେ ଏକ ବିଶାଳ ରୋଡ଼ ସୋ’ କରି କରି ଜଗନ୍ନାଥ ଧାମରେ ଶକ୍ତି ପ୍ରଦର୍ଶନ କରିଛି ବିଜେପି ।

ସେପଟେ ଏହି ରାଲିରେ ପୁରୀର ବିଜେପି ସମର୍ଥକମାନଙ୍କ ସହ ଏକ ଖୋଲା ଗାଡ଼ିରେ ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର, କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟ ସାମିଲ ହୋଇଛନ୍ତି । ବିଜେପି ଷ୍ଟାର ପ୍ରଚାରକ ତାଲିକାରେ ଥିବା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ବିଜେପ ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ପାଇଁ ଭୋଟ୍ ହାତେଇବାକୁ ପ୍ରଚାର କରିଛନ୍ତି ।

ଆସନ୍ତା ୨୩ ତାରିଖରେ ରାଜ୍ୟରେ ହେବାକୁଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଏହି ପୁରୀ ସଂସଦୀୟ କ୍ଷେତ୍ରରେ ହେବ ମତଦାନ । ତେବେ ଶାସକ ବିଜେଡିର ଗଡ଼ କୁହାଯାଉଥିବା ପୁରୀକୁ ଦଖଲ କରିବା ପାଇଁ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ମଙ୍ଗ ଧରାଇ ହେଭିୱେଟମାନେ ପ୍ରଚାର କରୁଛନ୍ତି । ତେବେ ଦେଖିବାର କଥା ଯେ ପ୍ରକୃତରେ ପୁରୀରେ ଏହାର କେତେ ପ୍ରଭାବ ପଡୁଛି ।