କନକ ବ୍ୟୁରୋ: ମହାପ୍ରଭୁ ଲିଙ୍ଗରାଜକୁ ଦର୍ଶନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଶ୍ରୀକ୍ଷେତ୍ରରୁ ଭୁବନେଶ୍ୱର ଫେରିବା ପରେ ଲିଙ୍ଗରାଜ ମନ୍ଦିରକୁ ଯାଇ ଠାକୁରଙ୍କୁ ଦର୍ଶନ କରିଛନ୍ତି । ରାଜ୍ୟ ବିଜେପିର ବରିଷ୍ଠ ନେତାଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ଆଶିର୍ବାଦ ନେଇଛନ୍ତି କେନ୍ଦ୍ରଗୃହମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ଆଖିରେ ରଖି ଏକାମ୍ର କ୍ଷେତ୍ରରେ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି ।

Advertisment

publive-image

ଆଜି ସକାଳେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ଧର୍ମେନ୍ଦ୍ର ପ୍ରଧାନ, ପ୍ରହ୍ଲାଦ ସିଂପାଟିଲଙ୍କ ସହ ଜଗନ୍ନାଥଙ୍କୁ ଦର୍ଶନ କରି ଆଶିର୍ବାଦ ନେଇଛନ୍ତି । ଗୃହମନ୍ତ୍ରୀଙ୍କ ଗସ୍ତ ନେଇ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ପୁରୀରୁ ରାଜଧାନୀକୁ ଫେରିଆସିବା ପରେ ଲିଙ୍ଗରାଜ ମନ୍ଦିର ଯାଇ ମହାଦେବଙ୍କୁ ଦର୍ଶନ କରିଛନ୍ତି ।

publive-image

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଗତକାଲି ପୂର୍ବାହ୍ଣରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା । ସେ ରାଜ୍ୟ ଲୋକସେବା ଭବନକୁ ଯାଇ ସେଠାରେ ଥିବା ସମ୍ମେଳନ କକ୍ଷରେ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦର ୨୪ତମ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହା ପରେ ସନ୍ଧ୍ୟାରେ ସ୍ଥାନୀୟ ଜନତା ମଇଦାନରେ ନାଗରିକତା ସଂଶୋଧନ ଆଇନ (ସିଏଏ) ନେଇ ଭାରତୀୟ ଜନତା ପାର୍ଟି ତରଫରୁ ଆୟୋଜିତ ‘ବିଶାଳ ଜନସମାବେଶ’କୁ ସମ୍ବୋଧନ କରିଥିଲେ। ପରେ ସେ ବିଜେପିର ରାଜ୍ୟ, ଜିଲ୍ଲା ଓ ବ୍ଲକସ୍ତରୀୟ କର୍ମୀଙ୍କ ସହିତ ରୁଦ୍ଧ ଦ୍ୱାରା କଠୋରୀରେ ବୈଠକ କରିଥିଲେ। ଏହା ପରେ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ପୁରୀ ଯାଇଥିଲେ। ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାରି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିଛନ୍ତି  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।