ବିଜୟରୁ ଟିମ୍ ଇଣ୍ଡିଆର ହକି ବିଶ୍ୱକପ୍ ଅଭିଯାନ ଆରମ୍ଭ । ୨-୦ରେ ମ୍ୟାଚ୍ ଜିତିଲା ଟିମ୍ ଇଣ୍ଡିଆ ।

156

କନକ ବ୍ୟୁରୋ: ବିଜୟରୁ ବିଶ୍ୱକପ୍ ଅଭିଯାନ ଆରମ୍ଭ କଲା ଟିମ୍ ଇଣ୍ଡିଆ । ରାଉରକେଲା ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ମ୍ୟାଚ୍ ଜିତିଲା ଭାରତୀୟ ହକି ଦଳ । ଆଜି ନିଜର ପ୍ରଥମ ମ୍ୟାଚରେ ସ୍ପେନକୁ ୨-୦ ଗୋଲରେ ହରାଇ ଭାରତୀୟ ହକି ଦଳ ନିଜର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଛି । ତେବେ ଖାଲି ସେତିକି ନୁହେଁ, ଓଡିଶା ମାଟିରେ ଓଡିଆ ପୁଅ ମଧ୍ୟ ଚମକିଛନ୍ତି ।

ଆଜି ପ୍ରଥମରୁ ହିଁ ସ୍ପେନ ବିରୋଧରେ ଆକ୍ରମଣ ଜାରି ରଖିଥିଲା ଟିମ୍ ଇଣ୍ଡିଆ । ପ୍ରଥମ କ୍ୱାର୍ଟରରେ ଦଳ ୧-୦ରେ ଆଗୁଆ ରହିଥିଲା । ଆଉ ଏହାପରେ ଦ୍ୱିତୀୟ କ୍ୱାର୍ଟରରେ ଦଳ ଆଉ ଗୋଟିଏ ଗୋଲ୍ କରିଥିଲା । ତେଣୁ ଦ୍ୱିତୀୟ କ୍ୱାର୍ଟର ସୁଦ୍ଧା ଟିମ୍ ଇଣ୍ଡିଆ ୨-୦ରେ ଆଗୁଆ ରହିଥିଲା । ହେଲେ ତୃତୀୟ ଓ ଚତୁର୍ଥ କ୍ୱାର୍ଟରରେ କୌଣସି ଦଳ ଗୋଲ କରିନଥିଲେ । ତେଣୁ ଶେଷକୁ ଟିମ୍ ଇଣ୍ଡିଆ ୨-୦ରେ ମ୍ୟାଚକୁ ଜିତିନେଇଥିଲା । ଭାରତ ପକ୍ଷରୁ ଓଡିଆ ପୁଅ ଅମିତ ରୋହିଦାସ ପ୍ରଥମ ଗୋଲ କରିଥିବାବେଳେ, ହାର୍ଦ୍ଦିକ ସିଂହ ଦ୍ୱିତୀୟ ଗୋଲ କରିଥିଲେ ।