କନକ ବ୍ୟୁରୋ: ବିଜେପି ନ୍ୟାସନାଲ ଆଇଟି ସେଲ ଅଧ୍ୟକ୍ଷ ଅମିତ ମାଲଭ୍ୟଙ୍କ ବଡ଼ ଦାବି । ସୋସିଆଲ ମିଡିଆରେ ପୋଷ୍ଟ କରି ଅମିତ ଲେଖିଛନ୍ତି, ଆଗାମୀ ଲୋକସଭା ନିର୍ବାଚନରେ ଓଡ଼ିଶାର ୨୧ ଆସନରୁ ବିଜେପିକୁ ୨୦ ଆସନ ମିଳିବ । ବାକି ଗୋଟିଏ ଆସନ ବିଜେଡିକୁ ମିଳିବ । ଗଣମାଧ୍ୟମ ସଂସ୍ଥା ‘ଦ ଫଡେରାଲ’ର ସର୍ଭେ ରିପୋର୍ଟର ତଥ୍ୟକୁ ଆଧାର କରି ସେ ଏହି ପୋଷ୍ଟ କରିଛନ୍ତି । ଫେଡେରାଲ ପୁଥିୟାଥାଲାମୁରାଇ ୨୦୨୪ ପ୍ରି ପୋଲ ସର୍ଭେ ଓଡ଼ିଶାର ଲୋକସଭା ଫଳାଫଳକୁ ନେଇ ରିପୋର୍ଟ କରିଛି ।
ସର୍ଭେ ରିପୋର୍ଟ ଅନୁସାରେ, ୨୦୨୪ ଲୋକସଭା ନିର୍ବାଚନରେ ବିଜେପିର ଭୋଟ ପ୍ରତିଶତ ୧୬ ପ୍ରତିଶତ ବୃଦ୍ଧି ପାଇବ ଆଉ ବିଜେଡିର ୨୩ ପ୍ରତିଶତ ଭୋଟ କମିବ । ୨୦୧୯ରେ ବିଜେପିର ଭୋଟ ୩୮. ୪୦ ପ୍ରତିଶତ ଥିବା ବେଳେ ୨୦୨୪ ଏହା ବୃଦ୍ଧି ପାଇଁ ୫୪.୯୦ ପ୍ରତିଶତରେ ପହଞ୍ଚିବ । ସେହିପରି ୨୦୧୯ରେ ବିଜେଡିର ଭୋଟ ୪୨. ୮୦ ପ୍ରତିଶତ ଥିବା ବେଳେ ୨୦୨୪ରେ ୧୯.୩୫ ପ୍ରତିଶତକୁ ଖସି ଆସିବ ବୋଲି ଦର୍ଶାଇଛି ଫେଡେରାଲ ସର୍ଭେ । କଂଗ୍ରେସ ତା’ର ଗୋଟିଏ ଲୋକସଭା ଆସନ ହରାଇବା ସହ ୨୦୨୯ରେ ଭୋଟ ପ୍ରତିଶତ ୧୩.୪୦ ପ୍ରତିଶତରୁ ୯. ୭୪ ପ୍ରତିଶତକୁ ଖସିବ କରି ପ୍ରକାଶ କରିଛି ଫେଡେରାଲ ସର୍ଭେ ।
ଫେଡେରାଲ ସର୍ଭେ
୨୦୨୪ ଲୋକସଭା ନିର୍ବାଚନ : କାହାକୁ କେତେ ଆସନ?
- ବିଜେପି ୨୦
- ବିଜେଡି ୦୧
- କଂଗ୍ରେସ ୦୦
ଫେଡେରାଲ ସର୍ଭେ
୨୦୨୪ ଲୋକସଭା ନିର୍ବାଚନ: ଭୋଟ ପ୍ରତିଶତ
- ବିଜେପି ୫୪.୯୦%
- ବିଜେଡି ୧୯.୩୫%
- କଂଗ୍ରେସ ୯.୭୪%
Follow Us