ଉଦଘାଟନୀ ମ୍ୟାଚରେ ଅମିତଙ୍କ ଚମତ୍କାର ପ୍ରଦର୍ଶନ । ମ୍ୟାଚ୍ ଆରମ୍ଭରୁ ଅମିତଙ୍କ ଅଦ୍ଭୁତ ଗୋଲ, ଜନ୍ମମାଟିରେ ଦେଖାଇଲେ କମାଲ୍

ଉଦଘାଟନୀ ମ୍ୟାଚରେ ଅମିତଙ୍କ ଚମତ୍କାର ପ୍ରଦର୍ଶନ । ମ୍ୟାଚ୍ ଆରମ୍ଭରୁ ଅମିତଙ୍କ ଅଦ୍ଭୁତ ଗୋଲ, ଜନ୍ମମାଟିରେ ଦେଖାଇଲେ କମାଲ୍

କନକ ବ୍ୟୁରୋ : ପୁରୁଷ ବିଶ୍ୱକପର ଉଦଘାଟନୀ ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରିଛି ଭାରତ । ସ୍ପେନକୁ ୨-୦ରେ ହରାଇ ଭାରତ, ବିଜୟ ଅଭିଯାନ ଭାରମ୍ଭ କରିଛି । ଆଉ ଏହି ମ୍ୟାଚରେ ଅଦ୍ଭୁତ ପ୍ରଦର୍ଶନ କରି ଭାରତକୁ ବିଜୟ ଟିକା ପିନ୍ଧାଇଛନ୍ତି ଅମିତ ରୋହିଦାସ । ନିଜ ଜନ୍ମମାଟିରେ ଚମକ୍ରାର ଖେଳ ଦେଖାଇ ହକିପ୍ରେମୀଙ୍କ ହୃଦୟ ଜିଣି ନେଇଛନ୍ତି ଅମିତ । ମାତ୍ର ୧୨ ମିନିଟରେ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରୂପ ଦେଇ ସେ ଦଳର ଗୋଲ ଖାତା ଖୋଲିଥିଲେ । ଯାହା ଭାରତ ପାଇଁ ଆଣିଦେଲା ବିଜୟ । ଏହି ଗୋଲ ସହ ଭାରତ ଆଗକୁ ବଢିଥିଲା । ଏହି ବିଜୟକୁ ନେଇ ଅମିତ ରୋହିଦାସ କହିଛନ୍ତି – ଜନ୍ମମାଟି ନିଜ ଲୋକଙ୍କ ଭିତରେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବା ଏକ ଅବିସ୍ମରଣୀୟ ସ୍ମୃତି । ମୋ ଅଂଚଳବାସୀ ମତେ ଉତ୍ସାହିତ କରୁଥିଲେ । ସେମାନଙ୍କ ଅମିତ୍, ଅମିତ୍ ସ୍ଲୋଗାନ୍ ମୋ ଭିତର ଉତ୍ସାହକୁ ଦ୍ୱିଗୁଣିତ କରିଥିଲା । ଆଉ ସେମାନଙ୍କୁ ଖୁସି ଦେବା ପାଇଁ ମୁଁ ହୃଦୟରୁ ଖେଳୁଥିଲି । ସମସ୍ତଙ୍କୁ ଧନ୍ୟବାଦ । ଆସନ୍ତା ମ୍ୟାଚରେ ବି ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇବାକୁ ପ୍ରୟାସ କରିବେ ବୋଲି କହିଛନ୍ତି ଅମିତ ରୋହିଦାସ ।

ଭାରତ ବିଜୟର ଅମିତ ହିରୋ
- ଉଦଘାଟନୀ ମ୍ୟାଚରେ ଅମିତଙ୍କ ଚମକ୍ରାର ପ୍ରଦର୍ଶନ
- ମ୍ୟାଚ୍ ଆରମ୍ଭରୁ ଅମିତଙ୍କ ଅଦ୍ଭୁତ ଗୋଲ
- ଜନ୍ମମାଟିରେ ଦେଖାଇଲେ କମାଲ୍
- ପେନାଲ୍ଟି କର୍ଣ୍ଣରରୁ ଗୋଲ ଦେଲେ ଅମିତ
- ମାତ୍ର ୧୨ ମିନିଟରେ ଦେଇଥିଲେ ପ୍ରଥମ ଗୋଲ୍
- ୨୬ ମିନିଟରେ ହାର୍ଦ୍ଧିକ ସିଂ ଦେଇଥିଲେ ଦ୍ୱିତୀୟ ଗୋଲ
- ୨ଟି ଗୋଲରେ ଭାରତ ଆଗୁଆ ରହି ହୋଇଥିଲା ବିଜୟୀ
- ଭାରତକୁ ମିଳିଥିଲା ୩ ପଏଂଟ୍
- ଚମତ୍କାର ଗୋଲ ଆଉ ଅଦ୍ଭୁତ ଖେଳ ପାଇଁ ଅମିତଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe