କନକ ବ୍ୟୁରୋ: ଡେରିରେ ହେଉପଛେ ଜୀବନସାଥୀ ସହ ସଂସାର ଗଢିବାକୁ ନିଷ୍ପତ୍ତି ନେଇଛନ୍ତି ବଲିଉଡ୍ ଅଭିନେତ୍ରୀ ଅମିଶା ପଟେଲ । ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅମିଶା ୪୬ ବର୍ଷ ଯାଏଁ ଏକୁଟିଆ ଜୀବନ କାଟିବା ପରେ ଏବେ ବିବାହ କରିବାକୁ ପ୍ରସ୍ତୁତ ହୋଇଛନ୍ତି । ଆଉ ତାଙ୍କ ଜୀବନସାଥୀ ହେବେ ପାକିସ୍ତାନର ଲୋକପ୍ରିୟ ଅଭିନେତା ଇମ୍ରାନ୍ ଅବ୍ୱାସ୍ ।
ନିକଟରେ ଇମ୍ରାନଙ୍କ ସହ ଏକ ରୋମାଣ୍ଟିକ୍ ଭିଡିଓକୁ ସେୟାର କରିଛନ୍ତି ଅମିଶା । ନିକଟରେ ସେମାନେ(ଅମିଶା-ଅବ୍ବାସ) ବାହାରିନରେ ଆୟୋଜିତ ଏକ ପୁରସ୍କାର କାର୍ୟ୍ୟକ୍ରମରେ ପରସ୍ପରକୁ ଭେଟିଥିଲେ। ଦୁହେଁ ଏକାଠି ବଲିଉଡ ଗୀତରେ କିଛି ଭିଡିଓ ମଧ୍ୟ କରିଥିଲେ। ଲୋକମାନେ ଏମାନଙ୍କୁ ବହୁତ ପସନ୍ଦ କରିଛନ୍ତି ଜ୍ଝ ଭିଡିଓ ସେୟାର କରିବା ଅମିଶା ଲେଖିଛନ୍ତି, ଗତ ସପ୍ତାହରେ ବାହାରିନରେ ମୋର ସୁପରଷ୍ଟାର ବନ୍ଧୁଙ୍କ ସହ ମଜା କରିଥିଲି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/09/1-41.jpg)