ଦେହରେ ନାଲି ବସ୍ତ୍ର , ହାତରେ ରୁଦ୍ରାକ୍ଷମାଳା … ମହାଦେବଙ୍କ ଆରାଧନାରେ ଲୀନ ମହାକାଳୀଙ୍କ ଭକ୍ତ । ବିଶାଳ ଶିବଲିଙ୍ଗ ଆଗରେ ପାଠ ହେଲା ସମ୍ପୁର୍ଣ୍ଣ ଶିବତାଣ୍ଡବ ସ୍ତୋତ୍ର । ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଲା ଭିଡ଼ିଓ । 

802

ଇଶ୍ୱରଙ୍କ ପ୍ରତି ଭକ୍ତି ଏବଂ ଆଧ୍ୟାତ୍ମିକତାର ଦେଶ ହେଉଛି ଭାରତବର୍ଷ । ଭକ୍ତଙ୍କ ଭକ୍ତି ସକାଶେ ଭାରତରେ ଅନେକ ମନ୍ଦିର , ଶାନ୍ତିସ୍ତୁପ , ଶିବାଳୟ ରହିଛି । ଦେଶର ପ୍ରତିଟି ମନ୍ଦିରର କିଛି ନା କିଛି ବିଶେଷତ୍ୱ ରହିଛି । ଯେଭଳି ମଧ୍ୟପ୍ରଦେଶର ଭୋଜପୁରର ଭୋଜେଶ୍ୱର ଶିବ ମନ୍ଦିର । ଏହି ବିଶାଳ ଶିବଲିଙ୍ଗଙ୍କ ଦର୍ଶନ କରିବା ପାଇଁ କାହିଁ କେଉଁ ଦୂରରୁ ଶ୍ରଦ୍ଧାଳୁ ମନ୍ଦିରକୁ ଛୁଟି ଆସନ୍ତି । ତେବେ ବର୍ତ୍ତମାନ ଏଠାକାର ଏକ ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଖୁବ୍ ଭାଇରାଲ୍ ହେଉଛି । ଭିଡ଼ିଓରେ ମହାକାଳଙ୍କ ଆଗରେ ମହାଦେବଙ୍କ ଜଣେ ବଡ଼ ଭକ୍ତ ଶିବତାଣ୍ଡବ ସ୍ତୋତ୍ର ପାଠ କରୁଥିôବା ନଜର ଆସୁଛନ୍ତି । ଭିଡ଼ିଓଟିକୁ ପ୍ରସିଦ୍ଧ ପୁସ୍ତକ “ଦ ଇମମୋରଟାଲ୍ ଅଫ୍ ମେଲୁହା” ର ଲେଖକ ଅମିଶ୍ ତ୍ରିପାଠୀ ନିଜ ଟ୍ୱିଟର୍ ଆକାଉଣ୍ଟରେ ସେୟାର୍୍ କରିବା ପରେ ଏହା ଚର୍ଚ୍ଚାର ପରିସରକୁ ଆସିଥିଲା । ବର୍ତ୍ତମାନ ଏହି ଭିଡ଼ିଓଟିକୁ ପାଖାପାଖି ଏକ ଲକ୍ଷ ଲୋକ ଦେଖି ସାରିଛନ୍ତି ।

ବିଶ୍ୱ ପ୍ରସିଦ୍ଧ ବିଶାଳ ଶିବଲିଙ୍ଗ ଆଗରେ ଭୋଜପୁରର ମା’କାଳୀଭକ୍ତ କାଳୀଚରଣ ମହାରାଜ ସୌମ୍ୟଭାଷରେ ଶିବତାଣ୍ଡବ ସ୍ତୋତ୍ର ପାଠ କରି ଏବେ ସୋସିଆଲ୍ ସେନସେସନ୍ ପାଲଟିଛନ୍ତି । ଭିଡ଼ିଓଟି ଏତେ ମନ୍ତ୍ରମୁଗ୍ଧକର ହୋଇଛି ଯେକେହିବି ଏହାକୁ ଶୁଣୁଛନ୍ତି କାଳୀଚରଣଙ୍କ ପ୍ରଶଂସା ନ କରି ରହିପାରୁନାହାନ୍ତି । ପ୍ରଥମଥର ପାଇଁ ମହାରାଷ୍ଟ୍ରରୁ ଭୋଜପୁର ଭୋଳାନାଥଙ୍କ ଦର୍ଶନ କରିବାକୁ ଆସି ସେ ମହାଦେବଙ୍କ ଭକ୍ତିରେ ଭାବବିହ୍ୱଳ ହୋଇ ସମ୍ପୁର୍ଣ୍ଣ ଶିବତାଣ୍ଡବ ସ୍ତୋତ୍ର ପାଠ କରିଥିଲେ । ଆଉ ତାଙ୍କର ଏଭଳି ଭକ୍ତିଭାବକୁ ଦେଖି ଶିବାଳୟରେ ଉପସ୍ଥିତ ଥିବା ଶ୍ରଦ୍ଧାଳୁ ମନ୍ତ୍ରମୁଗ୍ଧ ହୋଇଯାଇଥିଲେ ।