ପୁଅ ପାଇଁ ଏକାଠି ହେଲେ ଅମୀର ଓ କିରଣ । ଏକାଠି ପାଳିଲେ ଆଜାଦର ଜନ୍ମଦିନ

211

କନକ ବ୍ୟୁରୋ: କିଛି ଦିନ ପୂର୍ବରୁ ହଠାତ୍ ଛାଡପତ୍ର ଘୋଷଣା କରି ସମସ୍ତଙ୍କୁ ଚିକିତ କରିଥିବା ଅଭିନେତା ଅମୀର ଖାନ୍ ଓ ପତ୍ନୀ କିରଣ ରାଓ ପୁଣିଥରେ ଏକାଠି ହୋଇଛନ୍ତି । ତାହା ପୁଣି କେବଳ ପୁଅ ଆଜାଦ ପାଇଁ ।ପୁଅ ଆଜାଦର ୧୦ ତମ ଜନ୍ମଦିନ ପାଲିବାକୁ ଏକାଠି ହୋଇଛନ୍ତି ଅମୀର ଓ କିରଣ ରାଓ । ଏହି ଉତ୍ସବରେ ଔପନ୍ୟାସିକା ଶୋଭା ଦେ ମଧ୍ୟ ଯୋଗ ଦେଇ ଉଭୟ ଅମୀର ଓ କିରଣଙ୍କ ସହ ଅଜାଦଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

ଏହି ଖାସ୍ ମୂହୁର୍ତ୍ତର ଫଟୋକୁ ଶୋଭା ଦେ ସୋସିଆଲ ମିଡିଆରେ ସେୟାର କରିବା ପରେ ଶୁଭେଚ୍ଛୁଙ୍କ ଠାରୁ ବାର୍ତ୍ତା ମିଳିବାରେ ଲାଗିଛି । ନିଜ ଭିତରେ ଯେତେ ମନାନ୍ତର ମତାନ୍ତର ଥାଉ ନା କାହିଁକି ହେଲେ ପିଲାଙ୍କ ପାଇଁ ସବୁବେଳେ ଚିନ୍ତିତ ବୋଲି ପ୍ରମାଣିତ କରିଛନ୍ତି ଅମୀର । ଆଜାଦଙ୍କ ଜନ୍ମଦିନ ହେଉ ବା ସ୍କୁଲର କୌଣସି କାର୍ଯ୍ୟକ୍ରମ ବା କୌଣସି ଇଭେଣ୍ଟ ହେଉ ସବୁଥିରେ ଉଭୟ ଅମୀର ଓ କିରଣ ଏକାଠି ହେବାର ନଜିର ରହିଛି ।