ପଞ୍ଜାବ କଂଗ୍ରେସ କନ୍ଦଳ ଭିତରେ ପ୍ରଭାରୀ ହରିଶ ରାୱତଙ୍କ ସୂଚନା, କ୍ୟାପଟେନଙ୍କ ନେତୃତ୍ୱରେ ଦଳ ଲଢିବ ୨୦୨୨ ନିର୍ବାଚନ

Advertisment
ପଞ୍ଜାବ କଂଗ୍ରେସ କନ୍ଦଳ ଭିତରେ ପ୍ରଭାରୀ ହରିଶ ରାୱତଙ୍କ ସୂଚନା, କ୍ୟାପଟେନଙ୍କ ନେତୃତ୍ୱରେ ଦଳ ଲଢିବ ୨୦୨୨ ନିର୍ବାଚନ

କନକ ବ୍ୟୁରୋ : ପଞ୍ଜାବ କଂଗ୍ରେସରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ବିରୋଧରେ ଚାଲିଥିବା ବିଦ୍ରୋହ ଭିତରେ ପ୍ରଭାରୀ ହରିଶ ରାୱତଙ୍କ ବୟାନ ଏବେ ସମସ୍ତଙ୍କୁ ଚୁପ୍ କରିଦେଇଛି । ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ ରାୱତ ସ୍ପଷ୍ଟ କରିଛନ୍ତି କି ଆଗାମୀ ୨୦୨୨ ବିଧାନସଭା ନିର୍ବାଚନ କ୍ୟାପଟେନଙ୍କ ନେତୃତ୍ୱରେ ଦଳ ଲଢିବ ।

ସେ ଆହୁରି କହିଛନ୍ତି କି “ଆମେ ୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନ କ୍ୟାପଟେନଙ୍କ ନେତୃତ୍ୱରେ ଲଢିବାକୁ ଯାଉଛୁ, ଅନ୍ୟପଟେ ସିଦ୍ଧୁଙ୍କୁ ନେଇ ରାୱତ କହିଛନ୍ତି ଯେ ଆମେ ପଞ୍ଜାବ କଂଗ୍ରେସର ଦାୟିତ୍ୱ ସିଦ୍ଧୁଙ୍କୁ ଦେଇଛୁ ଏହାର ଅର୍ଥ ନୁହେଁ କି ପୁରା କଂଗ୍ରେସର ଦାୟିତ୍ୱ ତାଙ୍କୁ ମିଳିଛି । ”

ପଞ୍ଜାବ କଂଗ୍ରେସରେ ଚାଲିଥିବା ବିଦ୍ରୋହକୁ ନେଇ ପ୍ରଭାରୀ ହରିଶ ରାୱତ କହିଛନ୍ତି କି ଦଳ ଭିତରେ ସବୁ କିଛି ଠିକ ଠାକ ଚାଲିଛି । ସାମାନ୍ୟ କିଛି ସମସ୍ୟାକୁ ନେଇ କିଛି ବିଧାୟକ ଦଳର ହାଇକମାଣ୍ଡଙ୍କୁ ଭେଟିବା କଥା କହିଛନ୍ତି ।

କହିରଖୁ କି ପଞ୍ଜାବ କଂଗ୍ରେସର କିଛି ବିଧାୟକ ଓ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ଅଭିଯୋଗ ଆଣିଥିଲେ ଯେ ମୁଖ୍ୟମନ୍ତ୍ରୀ ତାଙ୍କ କଥା ରଖି ନାହାନ୍ତି । ଏହାକୁ ନେଇ ରାୱତ କହିଛନ୍ତି କି କିଛି ଆଇନଗତ ପ୍ରକ୍ରିୟା ରହିଛି ତାହା ଶେଷ ହେଲେ ବିଧାୟକ ଓ ମନ୍ତ୍ରୀମାନେ ଯେଉଁ କଥାକୁ ନେଇ ଅଭିଯୋଗ ଆଣିଛନ୍ତି ତାହା ପୂରଣ କରାଯିବ ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଥିବା କଂଗ୍ରେସ ବିଧାୟକ ଓ ମନ୍ତ୍ରୀମାନେ ତୁରନ୍ତ ବିଧାନମଣ୍ଡଳ ବୈଠକ ଡାକିବାକୁ ଦାବି କରିଛନ୍ତି । ସେମାନେ ଦାବି କରିଛନ୍ତି କି ମୁଖ୍ୟମନ୍ତ୍ରୀ ବୈଠକ ଡକାନ୍ତୁ ଓ ବୈଠକରେ ରାଜ୍ୟ ପ୍ରଭାରୀ ବିଧାୟକମାନଙ୍କ କଥା ଶୁଣନ୍ତୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe