ଆରଜେଡି-ଜେଡିୟୁ ବିବାଦ ଭିତରେ ଭାଇରାଲ ହେଉଛି ବିହାର ରାଜଭବନର ଭିଡିଓ: ତେଜସ୍ୱୀ ଯାଦବଙ୍କ ଚୌକିରୁ ଷ୍ଟିକର କାଢ଼ି ବସିଲେ ମନ୍ତ୍ରୀ ଅଶୋକ ଚୌଧୁରୀ

154

କନକ ବ୍ୟୁରୋ: ବିହାର ସରଗରମ ରାଜନୀତି ଭିତରେ ସାମ୍ନାକୁ ଆସିଛି ରୋଚକ ଦୃଶ୍ୟ । ସାଧାରଣତନ୍ତ୍ର ଦିବସରେ ନୀତୀଶ କୁମାର ରାଜଭବନରେ ଆୟୋଜିତ କାର୍ଯକ୍ରମରେ ପହଁଚିଥିଲେ । ତେବେ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଦେଖିବାକୁ ମିଳିନଥିଲା । ଏହି ସମୟରେ ଆସି ପହଁଚିଥିଲେ ମନ୍ତ୍ରୀ ଅଶୋକ ଚୌଧୁରୀ । ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀଙ୍କ ଚୌକିରେ ଥିବା ଷ୍ଟିକରକୁ ବାହାର କରି ଅଶୋକ ଚୌଧୁରୀ ସେଠାରେ ବସିପଡିଥିଲେ । ଅନ୍ୟପଟେ ବୈଠକରେ କେବଳ ତେଜସ୍ୱୀ ନୁହେଁ ଆରଜେଡିର ଅନେକ ନେତା ମନ୍ତ୍ରୀଙ୍କ ଅନୁପସ୍ଥିତି ଏକଥା ସ୍ପଷ୍ଟ କରୁଛି ଯେ ଜେଡିୟୁ ଓ ଆରଜେଡି ମଧ୍ୟରେ ସବୁ କିଛି ଠିକ ନାହିଁ ଓ ଫାଟ ବଢ଼ୁଛି ।