କନକ ବ୍ୟୁରୋ : ସମସ୍ୟା ପାଲଟିଗଲାଣି ପାଚିକା ଆନ୍ଦୋଳନ । ଧାରଣା ପାଇଁ ବିଦ୍ୟାଳୟରେ ନାହାଁନ୍ତି ପାଚିକା । ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରାନ୍ଧୁଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ । ଯାଜପୁର ଟାଉନର ପ୍ରାଣକୃଷ୍ଣ ନୋଡଲ ସ୍କୁଲରେ ରୋଷେଇ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି ଶିକ୍ଷୟତ୍ରୀ । ହାତରେ ଚକ୍, ଡଷ୍ଟର ବଦଳରେ ହାଣ୍ଡି ଚଟୁ ଧରି ରୋଷେଇ କରୁଛନ୍ତି ଶିକ୍ଷୟତ୍ରୀ । ପାଠ ପଢ଼ାଇବା ସମୟରେ ପିଲାଙ୍କ ପାଇଁ ରାନ୍ଧୁଛନ୍ତି ମଧ୍ୟାହ୍ନ ଭୋଜନ । ପାଚିକା ଆନ୍ଦୋଳନ ପାଇଁ ବିଦ୍ୟାଳୟ ଏଭଳି ସମସ୍ୟା ସୃ୍ଷ୍ଟି ହୋଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ସେପଟେ, ଭଡାରେ ଆସିଛନ୍ତି ପାଚିକା । ପାଚିକାଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ଭଡାରେ ଆସିଛନ୍ତି ପାଚିକା । ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ଜନ୍ତାପାଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ୨ ଜଣ ଗାଁ ମହିଳାଙ୍କୁ ରୋଷେଇ କାମରେ ନିୟୋଜିତ କରାଯାଇଛି । ୧୪୦ ଛାତ୍ରଛାତ୍ରୀଙ୍କ ପାଇଁ ଏମାନେ ରୋଷେଇ କରୁଛନ୍ତି । ଦିନକୁ ୩୦୦ ଟଙ୍କା ନେଇ ଗାଁ ମହିଳାଙ୍କୁ ରୋଷେଇ ପାଇଁ ଅଣାଯାଇଛି । ବିଭିନ୍ନ ଦାବି ନେଇ ପାଚିକାମାନେ ଭୁବନେଶ୍ୱର ଲୋୟର ପିଏମଜି ଆନ୍ଦୋଳନ ଜାରି ରଖିଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।