କନକ ବ୍ୟୁରୋ: ମଣିପୁର ହିଂସା ଏବଂ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗସ୍ତ ସମୟରେ ରାଜ୍ୟ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ଆଇପିଏସ ରାଜୀବ ସିଂହଙ୍କୁ ରାଜ୍ୟର ନୂଆ ଡିଜିପି ନିଯୁକ୍ତ କରାଯାଇଛି । ରାଜୀବ ତ୍ରିପୁରା କ୍ୟାଡରର ଆଇପିଏସ ଅଧିକାରୀ ହୋଇଥିବା ବେଳେ ତାଙ୍କୁ ମଣିପୁର କ୍ୟାଡରକୁ ବଦଳି କରାଯାଇଛି । ଏହା ପୂର୍ବରୁ ପି ଡଙ୍ଗୋଲ ମଣିପୁର ପୁଲିସ ଡିଜିପି ଭାବେ କାମ କରୁଥିଲେ । ତାଙ୍କୁ ଗୃହ ବିଭାଗକୁ ବଦଳି କରାଯାଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ରାଜୀବ ଏହିଭଳି ସମୟରେ ପୁଲିସ ଡିଜି ହୋଇଛନ୍ତି ଯେତେବେଳେ ଅନେକ ସମୟ ଧରି ବିଭିନ୍ନ ଜିଲ୍ଲାରେ କର୍ଫ୍ୟୁ ଲାଗୁ ହୋଇଛି । ସ୍ଥିତି ଏହିଭଳି ରହିଛି ଯେ ଏହାକୁ ରୋକିବା କଠିନ ହୋଇପଡିଛି । ଅନେକ ଜିଲ୍ଲାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସେନାକୁ ନିୟୋଜିତ କରାଯାଇଛି । ଏହି ହିଂସା ରୋକିବା ବର୍ତ୍ତମାନ ରାଜୀବଙ୍କ ପାଇଁ ବଡ ଚ୍ୟାଲେଞ୍ଜ । ମେ ୨୯ ତାରିଖରେ ତାଙ୍କୁ ମଣିପୁର କ୍ୟାଡରରେ ସାମିଲ କରାଯାଇଥିଲା ।
ହିଂସା ସ୍ଥିତି ମଧ୍ୟରେ ରାଜ୍ୟରେ ଏହା ଦ୍ୱିତୀୟ ସବୁଠାରୁ ବଡ ଅଦଳବଦଳ । ଏହା ପୂର୍ବରୁ ମେ ୩ ତାରିଖରେ ହିଂସା ହେବା ପରେ କେନ୍ଦ୍ର ସରକାର ସିଆରପିଏଫର ପୂର୍ବତନ ମୁଖ୍ୟ କୁଲଦୀପ ସିଂହଙ୍କୁ ମଣିପୁର ସରକାରର ପ୍ରମୁଖ ପରାମର୍ଶଦାତା ନିଯୁକ୍ତ କରାଯାଇଥିଲା । ରାଜ୍ୟରେ ଏକମାସ ତଳେ ଆରମ୍ଭ ହୋଇଥିବା ହିଂସାରେ ବର୍ତ୍ତମାନ ସୁଦ୍ଧା ୭୦ ଜଣଙ୍କର ମୃତ୍ୟୁ ହୋଇସାରିଛି । ଏଥିରେ ୫ ଜଣ ପୁଲିସ କର୍ମୀ ମଧ୍ୟ ସାମିଲ ରହିଛନ୍ତି ।