ଆଜିଠୁ ବନ୍ଦ ହେଲା ବ୍ରହ୍ମପୁରର ସିଟି ବସଷ୍ଟାଣ୍ଡ । ମରାମତି କାମ ପାଇଁ ୨ ମାସ କାଳ ବନ୍ଦ ରଖିବାକୁ ପ୍ରଶାସନର ନିଷ୍ପତି

ହଳଦିଆପଦରକୁ ବସ୍ ନେବା ପାଇଁ ପ୍ରଶାସନର ନିଷ୍ପତିକୁ ମାଲିକ ସଂଘର ବିରୋଧ;ଆଲୋଚନା ବିଫଳ, ଆଜି ଘରୋଇ ବସ୍ ଚଳାଚଳ ବନ୍ଦ

845

କନକ ବ୍ୟୁରୋ: ଆଜିଠୁ ବନ୍ଦ ହେଲା ବ୍ରହ୍ମପୁରର ସିଟି ବସଷ୍ଟାଣ୍ଡ । ଏହି ବସଷ୍ଟାଣ୍ଡର ଅବସ୍ଥା ଶୋଚନୀୟ ହୋଇପଡିଛି । ତେଣୁ ଏହାର ମରାମତି ଆରମ୍ଭ କରିବା ସହ ବସଷ୍ଟାଣ୍ଡକୁ ଦୁଇ ମାସ ପାଇଁ ବନ୍ଦ ରଖିବାକୁ ନିଷ୍ପତି ନେଇଛି ପ୍ରଶାସନ । ଏଥିପାଇଁ ସମସ୍ତ ବସ ନିକଟସ୍ଥ ହଳଦିଆପଦର ବସଷ୍ଟାଣ୍ଡକୁ ଯିବ । ଜିଲ୍ଲା ପ୍ରଶାସନର ଏହି ନିଷ୍ପତିକୁ ଘରୋଇ ବସ ମାଲିକ ସଂଘ ବିରୋଧ କରିଛି । ଆଜି ସମସ୍ତ ବସକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ସଂଘ । ଗତକାଲି ସମସ୍ୟା ନେଇ ଜିଲ୍ଲା ପ୍ରଶାସନ ଓ ଘରୋଇ ବସ ମାଲିକ ସଂଘ ଆଲୋଚନା ହୋଇଥିଲେ ବି ଏହା ବିଫଳ ହୋଇଥିଲା ।

https://odishasuntimes.com

ସେପଟେ ଯାତ୍ରୀଙ୍କ ସୁବିଧା ପ୍ରତି ପ୍ରଶାସନ ଅଧିକ ଗୁରୁତ୍ୱ ଦେଇଛି । ହଳଦିଆପଦରରୁ ସହରର ବିଭିନ୍ନ ସ୍ଥାନକୁ ଯିବା ଆସିବା ଲାଗି ୧୦ଟି ସିଟି ବସର ବ୍ୟବସ୍ଥା କରାଯାଇଛି । ବ୍ରହ୍ମପୁର ବସଷ୍ଟାଣ୍ଡର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି । ବସଷ୍ଟାଣ୍ଡରେ ଯାତ୍ରୀଙ୍କ ପାଇଁ କୌଣସି ସୁବିଧା ନାହିଁ । ପିଇବା ପାଣିଠାରୁ ଆରମ୍ଭ କରି ଶୌଚାଳୟ ଓ ଯାତ୍ରୀଙ୍କ ବସିବା ପାଇଁ କୌଣସି ସୁବିଧା ନାହିଁ । ତେଣୁ ବିଡିଏ ପକ୍ଷରୁ ସିଟି ବସଷ୍ଟାଣ୍ଡର ନବୀକରଣ କାମ ହାତକୁ ନିଆଯାଇଛି । ଏଥିପାଇଁ ଏହି ବସଷ୍ଟାଣ୍ଡାରୁ କୌଣସି ବସ ଚଳାଚଳ କରିବ ନାହିଁ । ସମସ୍ତ ବସ ହଳଦିଆପଦର ବସ ଟର୍ମିନସରୁ ବିଭିନ୍ନ ରୁଟରେ ଚଳାଚଳ କରିବ ।