କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଆମେରିକା ନାଗରିକଙ୍କୁ ସତର୍କ କରାଇଲା ସିଡିସି : ନିହାତି ଜରୁରୀ ନ ଥିଲେ ଭାରତ ଗସ୍ତ ନକରିବାକୁ ପରାମର୍ଶ

 କୋଭିଡ ନିୟମ ମାନିବାକୁ କହିଲା ଆମେରିକା ସଂସ୍ଥା

231

କନକ ବ୍ୟୁରୋ : ନିହାତି ଆବଶ୍ୟକ ନଥିଲେ ଭାରତ ନଯିବାକୁ ପରାମର୍ଶ । ଆମେରିକାର ସେଂଟର ଫର ଡିଜିଜ କଂଟ୍ରୋଲ ଆଣ୍ଡ ପ୍ରିଭେନସନ ସଂସ୍ଥା ପକ୍ଷରୁ ଆମେରିକା ନାଗରିକଙ୍କୁ ଦିଆଗଲା ସତର୍କ ସୂଚନା । ଭାରତରେ  ଦ୍ରୁତ ଗତିରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ପରାମର୍ଶ ଦେଲା ସିଡିସି ।

ଭାରତରେ ପ୍ରତିଦିନ ୨ଲକ୍ଷରୁ ଅଧିକ ସଂକ୍ରମଣ ଚିହ୍ନଟ ହେଉଥିବାରୁ ଓ ୧ ହଜାରରୁ ଅଧିକ ମୃତ୍ୟୁ ହେଉଥିବାରୁ ପରିସ୍ଥିତି ସାଂଘାତିକ ଥିବା ଏହି ସଂସ୍ଥା ପକ୍ଷରୁ କୁହାଯାଇଛି । ଏନେଇ ବିଦେଶ ଯାତ୍ରା ନିୟମାବଳୀ ଜାରି କରିଛି ସିଡିସି । ଏହି ନିୟମ ଅନୁସାରେ ନିହାତି ଆବଶ୍ୟକ ଥିଲେ, ସଂପୂର୍ଣ୍ଣ ଟିକାକରଣ ପରେ ହିଁ ଭାରତ ଯିବା ପାଇଁ ପରାମର୍ଶ ଦେଇଛି ଏହି ସଂସ୍ଥା । ଏହା ପୂର୍ବରୁ ୟୁକେ ମଧ୍ୟ ଭାରତକୁ ରେଡ୍ ଲିଷ୍ଟରେ ଅନ୍ତର୍ଭୂତ କରିଛି । ଏହି ରେଡଲିଷ୍ଟ କେବଳ ଭାରତକୁ ଯାତ୍ରା ପାଇଁ ଉର୍ଦ୍ଧିଷ୍ଟ ।