କନକ ବ୍ୟୁରୋ : ନିହାତି ଆବଶ୍ୟକ ନଥିଲେ ଭାରତ ନଯିବାକୁ ପରାମର୍ଶ । ଆମେରିକାର ସେଂଟର ଫର ଡିଜିଜ କଂଟ୍ରୋଲ ଆଣ୍ଡ ପ୍ରିଭେନସନ ସଂସ୍ଥା ପକ୍ଷରୁ ଆମେରିକା ନାଗରିକଙ୍କୁ ଦିଆଗଲା ସତର୍କ ସୂଚନା । ଭାରତରେ ଦ୍ରୁତ ଗତିରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ପରାମର୍ଶ ଦେଲା ସିଡିସି ।
ଭାରତରେ ପ୍ରତିଦିନ ୨ଲକ୍ଷରୁ ଅଧିକ ସଂକ୍ରମଣ ଚିହ୍ନଟ ହେଉଥିବାରୁ ଓ ୧ ହଜାରରୁ ଅଧିକ ମୃତ୍ୟୁ ହେଉଥିବାରୁ ପରିସ୍ଥିତି ସାଂଘାତିକ ଥିବା ଏହି ସଂସ୍ଥା ପକ୍ଷରୁ କୁହାଯାଇଛି । ଏନେଇ ବିଦେଶ ଯାତ୍ରା ନିୟମାବଳୀ ଜାରି କରିଛି ସିଡିସି । ଏହି ନିୟମ ଅନୁସାରେ ନିହାତି ଆବଶ୍ୟକ ଥିଲେ, ସଂପୂର୍ଣ୍ଣ ଟିକାକରଣ ପରେ ହିଁ ଭାରତ ଯିବା ପାଇଁ ପରାମର୍ଶ ଦେଇଛି ଏହି ସଂସ୍ଥା । ଏହା ପୂର୍ବରୁ ୟୁକେ ମଧ୍ୟ ଭାରତକୁ ରେଡ୍ ଲିଷ୍ଟରେ ଅନ୍ତର୍ଭୂତ କରିଛି । ଏହି ରେଡଲିଷ୍ଟ କେବଳ ଭାରତକୁ ଯାତ୍ରା ପାଇଁ ଉର୍ଦ୍ଧିଷ୍ଟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/1-25.jpg)