କରୋନା ସଂକଟ ଭିତରେ ଦେଶ ପାଳିବ ୭୪ ତମ ସ୍ୱାଧୀନତା ଦିବସ । ସଂକ୍ରମଣ ଏଡାଇବାକୁ କଟକଣା ଭିତରେ ଉଡିବ ତ୍ରିରଙ୍ଗା । ସୀମିତ ଅତିଥୀଙ୍କ ଉପସ୍ଥିତିରେ ଲାଲକିଲ୍ଲାରୁ ସକାଳ ସାଢେ ୭ଟାରେ ଦେଶକୁ ସମ୍ବୋଧନ କରିବେ ମୋଦି, ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ପତାକା ଉତ୍ତୋଳନ କରିବେ ନବୀନ ।

403

କନକ ବ୍ୟୁରୋ: କରୋନା କଟକଣା ଭିତରେ କାଲି ଆୟୋଜନ ହବେ ୭୪ ତମ ସ୍ୱାଧାନତା ଦିବସ । ଏଥିପାଇଁ ଗାଇଡଲାଇନ ଜାରି ହୋଇଛି । ଦିଲ୍ଲୀର ଲାଲକିଲ୍ଲା ଏବଂ ଆଖପାଖ ଅଂଚଳରେ ସମସ୍ତ ପ୍ରକାର ପ୍ରତିବନ୍ଧକ ହଟାଇବାକୁ ବହୁ ସ୍ତରୀୟ ନିରାପତା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିପାଇଁ ଦିଲ୍ଲୀ ପୋଲିସକୁ ସହାୟତା କରିବେ-
ସ୍ୱାଧୀନତା ଦିବସ ପାଇଁ ନିରାପତ୍ତା
– ଏନଏସଜି
– ଏସିପିଜି
– ଆଇଟିବିପି
– ‘ସ୍ୱାଟ୍’ ଟିମ
– ପରାକ୍ରମ ଭ୍ୟାନ୍
ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ମୁତୟନ ହେବେ । ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବା ପାଇଁ ଫେସିଆଲ ରିକଗ୍ନିସନ ସିଷ୍ଟମ ମଧ୍ୟ ରଖାଯାଇଛି । କରୋନା ସଂକଟ ଭିତରେ ସ୍ୱାଧୀନତା ଦିବସ ପାଳନ ହେଉଥିବାରୁ ସଂକ୍ରମଣ ଏଡାଇବାକୁ ସମସ୍ତ ମାର୍ଗଦର୍ଶିକା ମଧ୍ୟ ପାଳନ କରାଯିବ ବୋଲି ଦିଲ୍ଲୀ ପୋଲିସ କହିଛି ।

ସ୍ୱାଧୀନତା ଦିବସରେ କରୋନା କଟକଣା
– କେନ୍ଦ୍ରୀୟ ଦିଲ୍ଲୀର ପ୍ରମୁଖ ସ୍ଥାନ ବ୍ୟତିତ ସମଗ୍ର ସହରରେ ହାଇ ସିକ୍ୟୁରିଟି ଲାଗୁ କରାଯାଇଛି
– ସକାଳ ୪ଟାରୁ ଦିନ ୧୦ଟା ଯାଏଁ ଅନେକ ରାସ୍ତାକୁ ବନ୍ଦ ରଖିବା ନେଇ ଘୋଷଣା ହୋଇଛି
– ସହରରେ ପ୍ରତି ମୁହୂର୍ତ୍ତରେ ଘଟୁଥିବା ପ୍ରତ୍ୟକ ଘଟଣା ଉପରେ ଜିଲ୍ଲା ଡିସିପି ମାନେ ଦୃଷ୍ଟି ରଖିଛନ୍ତି
– ସମସ୍ତ ଅତିଥୀ ସଂଖ୍ୟା ୨ ହଜାର ମଧ୍ୟରେ ସୀମିତ ରଖିବାକୁ ଯୋଜନା ହୋଇଛି

ଲାଲକିଲ୍ଲାରେ ଆୟୋଜନ ହେଉଥିବା ଜାତୀୟ ସ୍ତରର ସ୍ୱାଧୀନତା ଦିବସ ଉତ୍ସବରେ ଜାତୀୟ ସଂଗୀତ ଗାନ ସହ ୨୧ ତୋପ ସଲାମୀ ମଧ୍ୟରେ ଜାତୀୟ ପତାକା ଉତୋଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପରେ ସେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ମିଳିଥିବା ସୂଚନା ଅନୁସାରେ

ଲାଲକିଲ୍ଲାରେ ମୋଦିଙ୍କ କାର୍ଯ୍ୟକ୍ରମ
– ସକାଳ ୭ଟା ମୋଦି ରାଜଘାଟରେ ପହଂଚିବେ
– ୭ଟା ୧୮ରେ ଦିଲ୍ଲୀ ଲାହୋର ଗେଟରେ ପହଂଚିବେ
– ସେଠାରେ ପ୍ରତିରକ୍ଷା ମନ୍ତ୍ରୀ ଓ ସଚିବ ତାଙ୍କୁ ସ୍ୱାଗତ କରିବେ
– ଏହାପରେ ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବ
– ସକାଳ ପ୍ରାୟ ୭ଟା ୩୦ରେ ମୋଦି ଲାଲକିଲ୍ଲାରୁ ଜାତୀୟ ପତାକା ଉତ୍ତୋଳନ କରିବେ

ସେହିପରି ଏଥର ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେବ । ଏଥିପାଇଁ ଗତକାଲି ଫୁଲଡ୍ରେସ ରିହର୍ସାଲ ଶେଷ ହୋଇଛି । ମାତ୍ର ୧୦୦ ଅତିଥୀଙ୍କ ଭିତରେ ଏହି ଉତ୍ସବ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତୋଳନ କରିବେ । ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମାତ୍ର ୩ ପ୍ଲାଟୁନ ଫୋର୍ସ ଓଡ୍ରାଫ, ଓଏସଏପିର ସପ୍ତମ ବାଟାଲିୟନ ଏବଂ ଏଏସବି ବାଟାଲିୟନ ସାମିଲ ହେବେ । ସମସ୍ତେ ସାମାଜିକ ଦୂରତା ନିୟମକୁ କଡାକଡି ପାଳନ କରିବେ ।