ଏଲଏସିକୁ ନେଇ ଆଜି ଭାରତ ଚୀନ ଆଲୋଚନା : ୱାର୍କିଂ ମେକାନିଜମ୍ ଫର କନସଲଟେସନ ଆଣ୍ଡ କୋଡ଼ିନେସନର ଭର୍ଚୁଆଲ ବୈଠକ

ଦୁଇ ଦେଶ ମଧ୍ୟରେ ଲାଗିରହିଥିବା ସୀମା ବିବାଦକୁ ନେଇ ହେବ କଥାବାର୍ତ୍ତା

49

କନକ ବ୍ୟୁରୋ : ଏଲଏସିକୁ ନେଇ ଆଜି ଭାରତ-ଚୀନ୍ ମଧ୍ୟରେ ଆଲୋଚନା । ୱାର୍କିଂ ମେକାନିଜିନ୍ ଫର କନସଲଟେସନ୍ ଆଣ୍ଡ ମେକାନିଜିମ୍ର ବା ଡବ୍ଲୁଏମସିସି ଭର୍ଚୁଆଲ ବୈଠକ ହେବ । ଅକ୍ଟୋବର ୧୦ ତାରିଖରେ ହୋଇଥିବା ସୈନ୍ୟ କମାଣ୍ଡରସ୍ତରୀୟ ବୈଠକରେ ଦୁଇ ଦେଶ ଏନେଇ ବୟାନ ଜାରି କରିଥିଲେ । ଆଜିର ବୈଠକର ନବୀନ ଶ୍ରୀବାସ୍ତବଙ୍କ ନେତୃତ୍ୱରେ ହେବ । ଏଥିରେ ସେନା ଅଧିକାରୀ, ଭାରତ ତିବତ ସୀମା ପୋଲିସ, ପ୍ରତିରକ୍ଷା ଓ ଗୃହମନ୍ତ୍ରାଳୟର ଅଧିକାରୀ ସାମିଲ ହେବେ ।

ଆଜିର ଆଲୋଚନା ବେଳେ ହଟ୍ ସ୍ପ୍ରିଙ୍ଗ ଓ ଡେପସାଙ୍ଗ ଡିସଏନଗେଜମେଂଟ ପ୍ରସଙ୍ଗ ଉଠିପାରେ । ଏହା ପୂର୍ବରୁ ଭାରତ ଓ ଚୀନ୍ ମଧ୍ୟରେ ଅକ୍ଟୋବର ୧୦ ତାରିଖରେ ୧୩ ତମ ବରିଷ୍ଠ କମାଣ୍ଡରସ୍ତରୀୟ ଆଲୋଚନା ହୋଇଥିଲା । ଏହି ବୈଠକରେ ସୀମା ବିବାଦ ନେଇ ଡବ୍ଲୁଏମସିସିର ଏକ ବୈଠକ ନେଇ ସହମତି ହୋଇଥିଲା । ଏହି ବୈଠକ ପାଖାପାଖି ସାଢେ ୮ ଘଂଟା ଚାଲିଥିଲା । ଏଥିରେ ପୂର୍ବ ଲଦାଖରେ ଦେଖାଦେଇଥିବା ବିବାଦ ନେଇ ଆଲୋଚନା କରାଯାଇଥିଲା ।