କନକ ବ୍ୟୁରୋ: ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରି ରଞ୍ଜିତ କୁମାର ଚଳିତ ମାସ ୨୨ ଓ ୨୩ ତାରିଖରେ ପୁରୀ ଆସିବେ। ଆଜି ସୁପ୍ରିମକୋର୍ଟ ଶ୍ରୀ କୁମାରଙ୍କୁ ପୁରୀ ଶ୍ରୀମନ୍ଦିର ଯାଇ ରିପୋର୍ଟ ପ୍ରସ୍ତୁତ କରି କୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମଙ୍ଗଳବାର ସୁପ୍ରିମକୋର୍ଟ ଆମିକସ୍ କ୍ୟୁରି ଶ୍ରୀ କୁମାରଙ୍କୁ ଚଳିତ ମାସ ୨୨ ଓ ୨୩ ତାରିଖରେ ପୁରୀ ଯାଇ ବିଭିନ୍ନ ବର୍ଗର ବ୍ୟକ୍ତି, ଶ୍ରୀମନ୍ଦିର ପରିଚାଳନା କମିଟି, ପୁରୀ ଗଜପତି ମହାରାଜ, ଶ୍ରୀମନ୍ଦିରର ସେବକ, ସେବାୟତ ଓ ଅନୁଷ୍ଠାନକୁ ଭେଟିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପରେ ଏ ନେଇ ଏକ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି କୋର୍ଟ ମଧ୍ୟ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ ଜିଲ୍ଲା ଜଜଙ୍କ ସୁପାରିଶ ଆଧାରରେ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି, ସେ ସମ୍ପର୍କରେ ଏକ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/02/WhatsApp-Image-2019-01-09-at-12.09.33-PM-1.jpeg)
/kanak/media/post_attachments/wp-content/uploads/2019/02/dc-Cover-ejsbpe1ihqh89m12mn2va7koa3-20171020143414.Medi_-300x168.jpeg)