ସ୍ୱଚ୍ଛତା ଆସିବ ଶ୍ରୀମନ୍ଦିରରେ । ଶୃଙ୍ଖଳା ଉପରେ ଜୋର ଦେଇ ଦିଲ୍ଲୀ ଫେରିଲେ ଆମିକସ୍ କ୍ୟୁରୀ । କ’ଣ ଦେବେ ରିପୋର୍ଟ ?

Advertisment
ସ୍ୱଚ୍ଛତା ଆସିବ ଶ୍ରୀମନ୍ଦିରରେ । ଶୃଙ୍ଖଳା ଉପରେ ଜୋର ଦେଇ ଦିଲ୍ଲୀ ଫେରିଲେ ଆମିକସ୍ କ୍ୟୁରୀ । କ’ଣ ଦେବେ ରିପୋର୍ଟ ?

କନକ ବ୍ୟୁରୋ: ଶ୍ରୀମନ୍ଦିର ସଂସ୍କାର ନେଇ ବିଭିନ୍ନ ଆଲୋଚନା ପରେ ଆଜି ଦିଲ୍ଲୀ ଫେରିଯାଇଛନ୍ତି ଆମିକସ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ । ଏ ନେଇ ସେପୁରୀ ଶଙ୍କାରାଚାର୍ଯ୍ୟ, ଗଜପତି, ସେବାୟତଙ୍କ ସହ ଆଲୋଚନା କରିଥିଲେ । ବିଶେଷକରି ମନ୍ଦିର ଭିତରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦେଇଛନ୍ତି ଆମିକସ କ୍ୟୁରୀ । ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରତି ସେବାୟତଙ୍କ ବ୍ୟବହାର ଭଲ ହେବା ଜରୁରୀ। ଆଚାର, ବ୍ୟବହାର ଏବଂ ସମୟାନୁବର୍ତ୍ତିତା ଉପରେ ଧ୍ୟାନ ଦେବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟଙ୍କ ଆମିକସ୍କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍ କହିଛନ୍ତି। ଆଜି ସେ ଦିଲ୍ଲୀ ଫେରିବା ପୂର୍ବରୁ ଏଭଳି ପ୍ରତିକ୍ରିୟା ରଖିଛନ୍ତି।

ଆମିକସ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମଙ୍କ କହିବା ମୁତାବକ ‘‘ଶ୍ରୀମନ୍ଦିର ସଂସ୍କାର ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ। ମୁଖ୍ୟତଃ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ ଦିଆଯାଇଛି। ଏନେଇ ମୁଁ ଗଜପତି ମହାରାଜ, ସେବାୟତ ଏବଂ ମନ୍ଦିର ପ୍ରଶାସନଙ୍କ ସହ ଆଲୋଚନା କରିଛି। ଏହାଛଡ଼ା ଶ୍ରୀମନ୍ଦିର ସେବାୟତଙ୍କ ଆର୍ଥିକ ଓ ସାମାଜିକ ଦିଗକୁ ମଧ୍ୟ ବୈଠକରେ ଗୁରୁତ୍ୱ ଦିଆଯାଇ ଆଲୋଚନା କରାଯାଇଛି ।

ପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିର କେବଳ ଓଡ଼ିଶାବାସୀ ନୁହେଁ ବଂର ବିଶ୍ୱବାସୀଙ୍କ ପାଇଁ ଏକ ମୁଖ୍ୟ ଦର୍ଶନ ସ୍ଥାନ । ତେଣୁ ସମସ୍ତ ଦିଗକୁ ବିଚାର ବିମର୍ଶ କରି ୨୧ ଦିନ ପରେ ପୁଣି ଅନୁଧ୍ୟାନ ପାଇଁ ଆସିବେ ବୋଲି ଆମିକସ୍ କ୍ୟୁରୀ ସୁବ୍ରମଣ୍ୟମ କହିଛନ୍ତି । ୩ ସପ୍ତାହ ପରେ କୁଣି ପୁରୀ ଆସି ପ୍ରଶାସନ , ସିସିଟିଭି ଯାଂଚ ଏବଂ ସେବକମାନଙ୍କୁ ଦେଇଥିବା ଟାସ୍କର ସ୍ଥିତି ଅନୁଧ୍ୟାନ କରିବେ ଆମିକସକ୍ୟୁରୀ । ଏହାପେର ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିବେ । ସୁପ୍ରିମକୋର୍ଟ ଦେଇଥିବା ବିଭିନ୍ନ ପ୍ରସ୍ତାବ ଉପରେ ଗୁରୁତ୍ୱ ଦେଇ ଶ୍ରୀମନ୍ଦିର ମାମଲାରେ ସୁପ୍ରିମକୋର୍ଟ ଶୁଣାଣି କରାଯିବ ବୋଲି କହିଛନ୍ତି ଆମିକସ୍ କ୍ୟୁରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe