ସୁପ୍ରିମକୋର୍ଟରେ ପୁରୀ ଶ୍ରୀମନ୍ଦିର ସଂସ୍କାର ମାମଲା । ରିପୋର୍ଟ ଦାଖଲ ପାଇଁ ୨ ସପ୍ତାହ ସମୟ ମାଗିଲେ ଆମିକସ କ୍ୟୁରି, ଅକ୍ଟୋବର ୩ରେ ପରବର୍ତି ଶୁଣାଣୀ

259

କନକ ବ୍ୟୁରୋ : ସୁପ୍ରିମକୋର୍ଟରେ ପୁରୀ ଶ୍ରୀମନ୍ଦିର ସଂସ୍କାର ମାମଲା । ପୁରୀ ଆସି ଅନୁଧ୍ୟାନ କରି ଯାଇଥିବା ଆମିକସ କ୍ୟୁରି  ରିପୋର୍ଟ ଦାଖଲ ପାଇଁ ୨ ସପ୍ତାହ ସମୟ ମାଗିଛନ୍ତି । ବିକାଶ କାର୍ଯ୍ୟ ତଦାରଖ କରି ରିପୋର୍ଟ ଦାଖଲ କରିବାକୁ କୋର୍ଟ କହିଥିଲେ । ଅକ୍ଟୋବର ୩ରେ ମାମଲାର ପରବର୍ତୀ ଶୁଣାଣୀ ହେବ । ଏହି ୨ ସପ୍ତାହ ମଧ୍ୟରେ ଆବେଦନକାରୀଙ୍କ ଓକିଲ ଆସି ସ୍ଥିତି ଅନୁଧ୍ୟାନ କରି ଯିବେ ।

ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଚେଦ କାମ ଚାଲିଥିବା ବେଳେ ଗତ ୭ ତାରିଖରେ ଆମିକସ କ୍ୟୁରି ରଂଜିତ କୁମାର ଓ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପୁରୀ ଆସିଥିଲେ । ଗଜପତି ଦିବ୍ୟସିଂହ ଦେବଙ୍କୁ ଭେଟି ଆଲୋଚନା କରିଥିଲେ । ଏହା ପରେ ଉଚ୍ଛେଦ କାର୍ଯ୍ୟର ଅଗ୍ରଗତି ଓ ସ୍ଥିତି ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଓ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ବିକାଶ ପାଇଁ ଉଚ୍ଛେଦ କାମ ରୋକ ଲଗାଇବା ଠିକ ନୁହେଁ ବୋଲି ସ୍ଥିତି ଅନୁଧ୍ୟାନ ପରେ କହିଥିଲେ ଆମିକସ କ୍ୟୁରି ।