ଆମେଠିରେ ଭଲିବଲ୍ ମ୍ୟାଚ୍ ଖେଳିଲେ ସ୍ମୃତି ଇରାନୀ ! ଲାଗିଲା “ଜୟ ଶ୍ରୀ ରାମ” ଏବଂ “ଭାରତ ମାତା କି ଜୟ”ର ନାରା ।

351

ଆମେଠିରୁ ବିଜେପି ପ୍ରତ୍ୟାଶୀ ସ୍ମୃତି ଇରାନୀ ନିର୍ବାଚନ ପ୍ରଚାର ସମୟରେ ଗେରିଗଞ୍ଜର ମବଇ ଗାଁରେ ଭଲିବଲ୍ ଖେଳୁଥିବାର ନଜର ଆସିଥିଲେ । ସ୍ମୃତିଙ୍କ ଏହି ଭିଡିଓ ସୋସିଆଲ୍ ମିଡିଆରେ ଏବେ ଖୁବ୍ ହଇଚଇ ସୃଷ୍ଟି କରିଛି । ଏହି ଭିଡିଓରେ ଲୋକମାନେ “ଜୟ ଶ୍ରୀ ରାମ” ଏବଂ “ଭାରତ ମାତା କି ଜୟ”ର ନାରା ଲଗାଉଥିବା ମଧ୍ୟ ନଜର ଆସିଛନ୍ତି । ଗତ କିଛି ଦିନ ଧରି ସ୍ମୃତି ଏବଂ ପ୍ରିୟଙ୍କା ସାଧାରଣ ଲୋକଙ୍କ ମଧ୍ୟକୁ ଯାଇ ଲୋକଙ୍କ ସହ କଥାବାର୍ତ୍ତା କରିବାରେ ଲାଗି ପଡିଛନ୍ତି । ଦୁହିଁଙ୍କୁ ଅମେଠୀରେ ସମାନ ସମର୍ଥନ ମିଳୁଛି । ତେବେ ଲୋକସଭା ନିର୍ବାଚନରେ କିଏ ବାଜି ଜିତିବ ତାହା ଏବେ ଦେଖିବାକୁ ରହିଲା ।

ଆପଣଙ୍କୁ କହିରଖୁଛୁ ଆମେଠି ଲୋକସଭା ସିଟ୍ କୁ କଂଗ୍ରେସର ଗଡ ବୋଲି କୁହାଯାଉଛି । ୨୦୦୪ ,୨୦୦୯ ଏବଂ ୨୦୧୪ ରେ ରାହୁଲ ଗାନ୍ଧୀ ଏହି ସିଟ୍ ରୁ ନିର୍ବାଚନ ଜିତିଥିଲେ ।