ନିଜ ପ୍ରିୟ ନେତାଙ୍କ ଶବକୁ କାନେ୍ଧଇ ଶ୍ମଶାନ ପର୍ଯ୍ୟନ୍ତ ନେଲେ ବିଜେପି ନେତ୍ରୀ ସ୍ମୃତି ଇରାନୀ ! ମା’ଙ୍କ କୋଳରେ ମୁଣ୍ଡ ରଖି କହିଲେ , ଆଜିଠାରୁ ମୁଁ ଆପଣଙ୍କ ପୁଅ ।  

519

ଅମେଠିର ନୂଆ ସାଂସଦ ସ୍ମୃତି ଇରାନୀ ରବିବାର ସୁରେନ୍ଦ୍ର ସିଂହଙ୍କ ଘରେ ପହଂଚିଥିଲେ ଏବଂ ସୁରେନ୍ଦ୍ରଙ୍କ ମା’ଙ୍କ ଗୋଡରେ ମୁଣ୍ଡ ରଖି କହିଥିଲେ ଆଜିଠାରୁ ମୁଁ ଆପଣଙ୍କ ପୁଅ । ସ୍ମୃତି ଇରାନୀ ଯେଉଁଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଦ ଛୁଇଁ ଭଉଣୀ ହେବାର ଅନୁଭବ କରାଇଥିଲେ । ଠିକ୍ ସେପରି ଦିବଙ୍ଗତ କାର୍ଯ୍ୟକର୍ତ୍ତାଙ୍କ ପତ୍ନୀଙ୍କୁ ଆଲିଙ୍ଗନ କରି ଆପଣାର ଅନୁଭବ କରାଇଥିଲେ । ବିବାହିତ ଦୁଇ ଝିଅ ପୂଜା ଏବଂ ପ୍ରତିମାଙ୍କ ମୁଣ୍ଡ ଉପରେ ହାତ ରଖି କହିଥିଲେ ସବୁବେଳେ ତୁମମାନଙ୍କ ସାଙ୍ଗରେ ରହିବ ତୁମର ଏ ପିଉସୀ ।

ପୁଅକୁ କିଛି ଭୁଲ୍ କାମ ନ କରିବା ପାଇଁ ପ୍ରତିଜ୍ଞା କରାଇଲେ :

ସୁରେନ୍ଦ୍ର ସିଂହଙ୍କ ୨୧ ବର୍ଷୀୟ ପୁଅ ଅଭୟ ନବନିର୍ବାଚିତ ସାଂସଦ ସ୍ମୃତି ଇରାନୀଙ୍କୁ ଦେଖି କାନ୍ଦି ପକାଇଲା ବେଳେ ସେ ତାଙ୍କୁ ଆଲିଙ୍ଗନ କରିଥିଲେ । ପୁଅଟିର ହାତକୁ ଧରି କହିଥିଲେ , ପ୍ରତିଜ୍ଞା କର ମୋତେ ଯେ କିଛି ଭୁଲ୍ କରିବ ନାହିଁ । ତୁମେ ନିଜ ବାପା ଏବଂ ମୁଁ ମୋ ଭାଇଙ୍କୁ ହରେଇଛି । ବାସ୍ ଏତିକି ଶୁଣିବା ପରେ ସେଠାରେ ଉପସ୍ଥିତ ଥିବା ଲୋକ ମଧ୍ୟ କାନ୍ଦି ପକାଇଥିଲେ । ସ୍ମୃତି ଅଭୟଙ୍କ ହାତ ଧରି ବାହାରକୁ ଆଣିଥିଲେ ଏବଂ କୋକେଇକୁ କାନ୍ଧ ଦେବାକୁ କହିଥିଲେ । ଗୋଟିଏ ପଟେ ସ୍ମୃତି ଇରାନୀ କୋକେଇକୁ କାନ୍ଧ ଦେଇଥିବାବେଳେ ଆଉ ଗୋଟିଏ ପଟେ ସୁରେନ୍ଦ୍ରଙ୍କ ପୁଅ କାନ୍ଧ ଦେଇଥିଲେ ।

ପିତାଙ୍କ ମୃତ୍ୟୁରେ ପୁଅର ପାଦ ଏପଟେ ସେପଟେ ପଡିବାରୁ ବିଜେପିର ଅନ୍ୟ ନେତା ମାନେ କୋକେଇ ବୋହିଥିଲେ । ସ୍ମୃତି ଇରାନୀ ଘରଠାରୁ ଶ୍ମଶାନ ପର୍ଯ୍ୟନ୍ତ ସୁରେନ୍ଦ୍ରଙ୍କ କୋକେଇକୁ କାନ୍ଧରେ ଉଠାଇଥିଲେ । ୩୦୦ ମିଟର ସେ କୋକେଇକୁ କାନ୍ଧରେ ବୋହି ଚାଲିଥିଲେ ଏବଂ ତାଙ୍କ ପଛରେ ଚାଲିଥିଲା ପୁରା ଗାଁ । କିଛି ଲୋକ କହିଥିଲେ ଯେ ଦିଦି ଆପଣ ହଟନ୍ତୁ ଆମେ ବୋହିନେବୁ କିନ୍ତୁ କାହାକୁ କିଛି ନ କହି ସ୍ମୃତି ଇରାନୀ କୋକେଇକୁ କାନ୍ଧରେ ବୋହି ଚାଲିଥିଲେ । ହିନ୍ଦୁ ରୀତିନୀତି ଅନୁସାରେ ସେ ୫ ଟି ସ୍ଥାନରେ କୋକେଇକୁ ରଖିଥିଲେ ଏବଂ ଅନ୍ତିମ ସମୟରେ ମଧ୍ୟ ଚୀତାର ସମ୍ପୁର୍ଣ୍ଣ ପାଖରେ ସେ କୋକେଇ ଛାଡିଥିଲେ । ସ୍ମୃତି ଯେତେବେଳେ କୋକେଇ ଉଠାଇଲେ ସେତେବେଳେ ସମ୍ପୁର୍ଣ୍ଣ ଗାଁ କ୍ରୋଧର ନିଆଁରେ ଜଳୁଥିଲା ଏବଂ ଚାରିଆଡେ ଗୋଟିଏ ନାରା ହିଁ ଶୁଭୁଥିଲା “ଜବ୍ ତକ୍ ସୁରଜ୍ ଚାନ୍ଦ୍ ରହେଗା ସୁରେନ୍ଦ୍ର ତେରା ନାମ୍ ରହେଗା” ନାରାରେ ପୁରା ଅଞ୍ଚଳ ଦୋହଲିଗଲା ।